ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(କୈଳାସ ଚନ୍ଦ୍ର ବିଷୋୟୀ): ବାଲେଶ୍ୱର ଘଟଣାକୁ ନେଇ ଆଜି କଂଗ୍ରେସ ଦଳ ସହ ୭ଟି ରାଜନୈତିକ ଦଳ ସାରା ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ମୈଦଲପୁର ଠାରେ ଦେଖିବାକୁ ମିଳିଛି। ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିଲା । ସ୍କୁଲ, କଲେଜ ପୂର୍ବାହ୍ନରେ ଖୋଲା ଯାଇଥିଲା। କଂଗ୍ରେସ କର୍ମୀ ମାନେ ସ୍କୁଲ, କଲେଜକୁ ଯାଇ ବନ୍ଦ କରିବା ପାଇଁ ନିବେଦନ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଉପସ୍ଥିତ ଥିଲେ । ଅପରାହ୍ନ ୩ଟା ପରେ କାଁ ଭାଁ ଦୋକାନ ବଜାର ଖୋଲା ରହିଥିଲା। ଆଜିର ବନ୍ଦ ପାଳନ ସମୟରେ କଂଗ୍ରେସର ପଦଲାମ ବିଶୋଇ, ଧର୍ମେନ୍ଦ୍ର ବିଶୋଇ, କେଶରୀ ବିଶୋଇ, ଧନପତି ହରିଜନ, ଶିବ କଲାର, ଶିକରାମ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।