ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ): ଧାନଚାଷକୁ ଟ୍ରାକ୍ଟରରେ ମଡାଇଦେଲେ, ପ୍ରତିବାଦ କରିବାରୁ ଟାଙ୍ଗିଆରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଅତର୍କିତ ଭାବେ ପିଟିଲେ। ଘଟଣା ସ୍ଥଳରେ ଉଭୟ ଅଚେତ ହେବାରୁ ମୃତ୍ୟୁବରଣ କଲେ ବୋଲି ଛାଡି ପଳାଇଲେ। ଏଭଳି ଘଟଣା ଦେଖିବାକୁ ମିଳିଚି ମଇଦଲପୁର ଥାନା ଅଧୀନରେ ଥିବା ସାନବାର୍ଲି ପଂଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମରେ, ଥାନାରେ ଲିଖିତ ଏତଲା ଅନୁଯାଇ ଆଜି ସକାଳ ଆଠଘଣ୍ଟା ସମୟରେ ସାନବାର୍ଲି ଗ୍ରାମର ତୁଳାରାମ ହରିଜନ, ଘାଷି ହରିଜନ, ଦୈତାରୀ ହରିଜନ ତିନିଭାଇ ମିଶି ବୀଜମଲ ହରିଜନ ଙ୍କଧାନଚାଷ ହୋଇଥିବା ଜମି ଉପରେ ବଳପୂର୍ବକ ଟ୍ରାକ୍ଟରମଡ଼ାଇ ଦେଇଥିଲେ ଉକ୍ତ ଘଟଣାକୁ ଉଭୟ ବୀଜମଲ ଏବଂ ତାଙ୍କ ସ୍ତ୍ରୀ ଘଟଣା ସ୍ଥଳରେ ପହଂଚି ପ୍ରତିବାଦ କରିଥିଲେ, ପରେ ଉତ୍ୟକ୍ତ ହୋଇ ଉକ୍ତ ତିନିଭାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଟାଙ୍ଗିଆର ବେଣ୍ଟ ସାହାଯ୍ୟରେ ବାରମ୍ବାର ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବାରମ୍ବାର ମୁଣ୍ଡ, ହାତ ଗଡ଼, ଛାତି ଏବଂ ଶରୀରର ବିଭିନ୍ନ ଅଙ୍ଗରେ ଆକ୍ରମଣ କରିଥିଲେ, ଫଳରେ ଉଭୟ ଅଚେତ ହୋଇପଡ଼ିଥିଲେ, ଅଚେତ ହୋଇ ଯିବାରୁ ମୃତ୍ୟୁବରଣ କଲେ ବୋଲି ଉକ୍ତ ତିନିଜଣ ଘଟଣା ସ୍ଥାନ ଛାଡି ପଳାଇଥିଲେ । ସେଠାରେ କେଶପରି ହିଆଲ ନାମକ ବ୍ୟକ୍ତି ଅଚେତ ଅବସ୍ଥାରେ ଥିବା ଦମ୍ପତିଙ୍କୁ ଦେଖି ପାଣି ଆଣି ପିଆଇଥିଲେ ଫଳରେ ତାଙ୍କ ଚେତା ଫେରିଥିଲା, ସେ ତୁରନ୍ତ ତାଙ୍କ ଘରେ ଖବର ଦେଇଥିଲେ, ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ୧୦୮ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତି ହୋଇଥିବାର ସୂଚନା ମିଳିଛି । ଅନ୍ୟପକ୍ଷେ ମଇଦଲ ପୁର ପୋଲିସ ଏତଲା ଗ୍ରହଣ କରି ତୁଳାରାମ, ଘାଷି ଏବଂ ଦୈତାରୀକୁ କେସନମ୍ବର ୬୪/୨୫ ରେ ଏକ ମାମଲା ରୁଜୁକରି ଉକ୍ତ ତିନିଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି।