ଝରୀଗାଁରେ ଓଡିଶା ବନ୍ଦ ପାଳନ ସଫଳ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ବାଲେଶ୍ୱର ଫକୀର ମୋହନ ସୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବିଭିନ୍ନ ବାମପନ୍ଥୀ ଦଳମାନେ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣେଇଥିବା ସୂଚନା ମିଲିଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମାରେ ମଧ୍ୟ ଦେଖିବାକୁ ମିଲିଛି। ବ୍ଲକ ସଦର ମହକୁମାର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚାଳ ଠପ ପଡିଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡିଛି। କଂଗ୍ରେସ କର୍ମୀମାନେ ଝରିଗାଁ ବ୍ଲକ ସଦର ମହକୁମାର ଛକରେ ଜଗି ବସିଥିବା ବସିଥିବା ବେଳେ ଯାନବାହାନ ଚଳାଚଳ ବିଲକୁଲ ଠପ ରହିଛି। ଅନ୍ୟପକ୍ଷେ କଂଗ୍ରେସ କର୍ମୀମାନେ ଖୋଲା ରହିଥିବା ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜରେ ପହଂଚି ବନ୍ଦ କରିବାକୁ ତାଦିଗ କରିଛନ୍ତି। ବିଶେଷ କରି ଝରିଗାଁ ବ୍ଲକରେ ଏହି ବନ୍ଦର ପ୍ରଭାବ ବେସ ପଡ଼ିଥିବା ଜଣାପଡିଛି। ଆଜିବନ୍ଦ ଡାକରାରେ ଝରୀଗାଁ କଂଗ୍ରେସ ବ୍ଲକ ସଭାପତି ତମ୍ବୁ ଦାସ ପନକା, ଝରୀଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ମହେଶ୍ୱର ଭତରା, ପବିତ୍ର ମାଟିଆ, ଉର୍ମିଳା ସାହୁ, ମହାଦେବ ମାଝୀ ଗୋବିନ୍ଦା ପଟନାୟକ, ଜୟରାମ ସାନ୍ତା, ଦୁର୍ଯ୍ୟୋ କଲାର, ବିକାରୀ ନାୟକ, ସନ୍ତସ ଦଳାଇ, ଭଗତ ମାଝୀ, ମେଙ୍ଗ ଦୁର୍ଗା,ନାରୀ ନେତ୍ରୀ କୁନି ସତାଦିକ କର୍ମୀ ଥିଲେ।