ବଜ୍ର ଘାତରେ ଗୋଟିଏ ପୋଢ଼ ଓ ୧୦ ଛେଳି ମୃତ

ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:ବଜ୍ର ଘାତରେ ଏଗାରଟି ଗ୍ରୁହ ପାଳିତ ପଶୁଙ୍କ  ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଛେଳି ଚରାଳି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଂଚାୟତ ସାଉଟିକିଏ କୁମ୍ଭାର ସାହି ତେନ୍ତୁଳି ଗଛ ମୁଳେ। ସୂଚନା ଅନୁଯାଇ ଆଜି ଅପରାହ୍ନ ରେ ଛେଳି ଚରାଳି ସତ୍ୟବାନ ମଲିକ ୧୦ ଟି ଛେଳି ଗୋଟିଏ ପୋଢ଼କୁ ନେଇ ତେନ୍ତୁଳି ଗଛ ପଡ଼ିଆରେ ଚରାଉ ଥିଲେ। ଅପରାହ୍ନରେ ହଟାତ ବର୍ଷା ହେବା ଯୋଗୁଁ । ପଶୁ ଗୁଡ଼ିକ ତେନ୍ତୁଳି ଗଛରେ ବିଶ୍ରାମ ନେଉଥିବା  ବେଳେ ବିଜୁଳି ମାରିଥିଲା ଫଳରେ ଘଟଣା ସ୍ଥଳରେ ହିଁ ୧୦ ଟି ଛେଳି ଗୋଟିଏ ପୋଢ଼ର ମୃତ୍ୟୁ ହୋଇଥିଲା। ଛେଳି ଚରାଳି ସତ୍ୟବାନ ମଲିକ କିଛି ଦୁରରେ ରହିଥିବା ଯୋଗୁଁ ସାମାନ୍ୟ ଆଘାତ ହୋଇ ଥିଲେ ମଧ୍ୟ୍ୟ ମୃତ୍ୟୁ ମୁଖରୁ ବଞ୍ଜି ଯାଇଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କ୍ଷତି ପୂରଣ ଦେବା ନିମନ୍ତେ ଗ୍ରାମ ବାସି ଦାବି କରିଛନ୍ତି।