କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବନାଞ୍ଚଳରେ ଚଳିତ ଲଗାଣ ବର୍ଷାର ସୁଯୋଗ ନେଇ କାଠ ମାଫିଆ ଅଞ୍ଚଳରେ ପୂରାପୂରି ସକ୍ରିୟ ଥିବା ଦେଖିବାକୁ ମିଳିଥିବାବେଳେ ଦୀର୍ଘଦିନର ଅଭିଯୋଗ ପରେ ଆଜି ଯାଞ୍ଚ ସମୟରେ ଅନ୍ୟରାଜ୍ୟକୁ କାଠ ଚୋରା ଚାଲାଣ କରାଯାଉଥିବା ଏକ ଟ୍ରକ ସମେତ ଡ୍ରାଇଭରଙ୍କୁ ଅଟକ ରଖିଛି କାଶୀପୁର ବନାଞ୍ଚଳ କାର୍ଯ୍ୟାଳୟ ।
ପ୍ରକାଶ ଥାଉ କି କାଶୀପୁର ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଓ ସୁଙ୍ଗର ଅଞ୍ଚଳର ପ୍ରାକୃତିକ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବନ କର୍ମଚାରୀଙ୍କୁ ନିୟୋଜିତ କରିଥିବା ସହ ଏକ ” ବିଟ ” ଅଫିସ ର ସ୍ଥାପନ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟ କର୍ମଚାରୀଙ୍କର ଆତ୍ମୀୟତା ହେତୁ ଏକଦା ଘଞ୍ଚ ଜଙ୍ଗଲରେ ଥିବା ଉକ୍ତ ଜଙ୍ଗଲ ଆଜି ହାତ ଗଣତି ଗଛ ସୀମିତ ହେଇଯାଇଛି । ଏଭଳି ସ୍ଥିତିରେ ନା ପ୍ରାକୃତିକ ଜଙ୍ଗଲ ସୁରକ୍ଷା ରହୁଛି ନା କୁତ୍ରିମ ଜଙ୍ଗଲ ସୁରକ୍ଷିତ ରହୁଛି। ଏପରିକି କାଠ ମାଫିଆ ଅଞ୍ଚଳର କିଛି ଲୋକଙ୍କୁ ହଟେଇ ସରକାର ଦ୍ୱାର ଆଦିବାସୀଙ୍କୁ ସ୍ୱାଭିଲାମ୍ବୀ କରିବାକୁ ଯୋଜନା କରାଯାଇଥିବା କଫି ପ୍ଲାଣ୍ଟେସେନର ସମସ୍ତ ସିଲଭର ବୃକ୍ଷ ଲଣ୍ଡା କରିଦେଲେଣି । ବର୍ତ୍ତମାନ ଅଞ୍ଚଳରେ ଏକମାସ କ୍ରମାଗତ ବର୍ଷା ଲାଗିରହିଥିବା ବେଳେ ଧରି ସୁଙ୍ଗର ଓ ଚନ୍ଦ୍ରଗିରି ଅଞ୍ଚଳରେ ମାଫିଆ ସକ୍ରିୟ ଥାଇ ନିତିଦିନି ବହୁମୂଲ୍ୟ କାଠ କାଟି ରାଜ୍ୟ ବାହାରେ ଚାଲାଣ ଜାରି ରଖିଥିଲେ । ଉକ୍ତ ଅଭିଯୋଗ ବାରମ୍ବାର ହେଉଥିବା ବେଳେ ବିଭାଗ ପକ୍ଷରୁ ଆଜି ସନ୍ଧ୍ୟା ଯାଞ୍ଚ ବେଳେ ବେଆଇନ ଭାବେ ସିଲଭେର କାଠ ବୋଝେଇ ଥିବା ଓଡି ୦୨ଜି ୪୧୯୧ ନମ୍ବର ବିଶିଷ୍ଟ ଏକ ଟ୍ରକ ସହ ଜଣେ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି । ସୁଦୂର ବ୍ରାହ୍ମପୁର ଅଞ୍ଚଳର ନିରଞ୍ଜନ ସ୍ୱାଇଁ ଗାଡି ମାଲିକ ହେଇଥିବାଆବେଳେ ସମ୍ପୃକ୍ତ ଚୋରା ଚାଲାଣ ରାଜ୍ୟ ବାହାରେ କରାଯାଉଥିବା ଜଣାପଡିଛି । ଉକ୍ତ ଯାଞ୍ଚ ସମୟରେ ବିଭାଗର ଅନ୍ୟ ମାନଙ୍କ ମଧ୍ୟରୁ ଶୁଙ୍ଗେର ଓ ଚନ୍ଦ୍ରଗିରି ବନରକ୍ଷୀ ସନାଲି ସ୍ୱାଇଁ, ଚନ୍ଦ୍ରଗିରି ବନରକ୍ଷୀ ମୋନସ୍ମିତା ପାଣିଗ୍ରାହୀ, କାଶୀପୁର ବନରକ୍ଷୀ ଘାଷି ମାଝୀ ଓ ମିନା କୁମାରୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।