ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : ଓଡିଶାରେ ଲଗାଣ ଲଘୁଚାପ ଜନିତ ବର୍ଷାରେ ଘଡଘଡି ସହ ବର୍ଷା ବଜ୍ରପାତରୁ ଚାଷୀଙ୍କ କ୍ଷୟକ୍ଷତିକୁ ନେଇ ମନରେ ଦୁଃଖ ଦେଇଛି। ଏଭଲି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନ୍ ଗିରି ପଞ୍ଚାୟତ ଦେଉଲିସୁଲିଆ ଗାଁର ସୁରଥ ଭୋଇଙ୍କ ଦୁଇଟି ବଳଦକୁ ଗତ ବର୍ଷାରେ ଘଡଘଡି ସହ ବଜ୍ରପାତ ହୋଇ ଥିବା ନେଇ ବଳଦ ମୃତ୍ୟୁ ଘଟିଥିବା ପରେ ପଶୁ ଚିକିତ୍ସା ଅଧିକାରୀ ଆସି ବଳଦକୁ ବ୍ୟବଛେଦ କରିଥିଲେ। ଚାଷ ସମୟରେ ବଳଦ ମୃତ୍ୟୁ ଘଟଣା ପରେ ଗରିବ ଚାଷୀ ଶ୍ରୀ ଯୁକ୍ତ ଭୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି। କେମିତି ଚାଷ କାମ କରିବ ଆଜି ଚିନ୍ତା ରେ ବଳଦ ମୃତ୍ୟୁ ପାଇଁ ସରକାର ଙ୍କ ଠାରୁ କ୍ଷତି ପୁରଣ ପାଇବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି।