କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରକ୍ତ କମ୍ ଥିବା କାରଣରୁ କୋକସରା ବ୍ଲକ ଲଡୁଗାଁର ରମାବତୀ ଧଙ୍ଗଡାମାଝୀ(୩୫) ନବରଙ୍ଗପୁର ଠାରେ ଗୁରୁତର ଅସ୍ତ୍ରୋପଚାର ହୋଇପାରୁ ନଥିଲା। ବିଭିନ୍ନ ସ୍ଥାନରେ ଥିବା ରକ୍ତ ଭଣ୍ଡାରରେ ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କୁ ପାଇଁ ଆବଶ୍ୟକ ଥିବା ‘ଏବି’ ପଜିଟିଭ ଗୃପ୍ ର ରକ୍ତ ମିଲି ନଥିଲା। ଏଣୁ ପରିବାର ଲୋକେ ଚିନ୍ତାରେ ଥିଲେ। ଏଭଲି ସମୟରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍” କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନର ଯୋଗାଯୋଗ ପରେ ଯୁବ ସାମ୍ବାଦିକ ପ୍ରଦୀପ ସେଠୀଆ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିଛନ୍ତି।ସୂଚନା ଯେ’ ରମାବତୀ ଧଙ୍ଗଡାମାଝୀଙ୍କ ଏକ ଗୁରୁତ୍ୱର ଅସ୍ତ୍ରୋପଚାର ନିମନ୍ତେ ନବରଙ୍ଗପୁର ଜିଲ୍ଲା ସ୍ଥିତ ଖ୍ରୀଷ୍ଟୀୟାନ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଦେହରେ ରକ୍ତ ପରିମାଣ କମ୍ ଥିବାରୁ ତାଙ୍କ ଅସ୍ତ୍ରୋପଚାର ହୋଇ ପାରୁନଥିଲା। ମହିଳାଙ୍କ ରକ୍ତ ବର୍ଗ ‘ଏବି’ ପଜିଟିଭ୍ ହେଇଥିବାରୁ ପରିବାର ସମ୍ପର୍କୀୟ ଅନେକ ଲୋକ ମାନଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା। ଖ୍ରୀଷ୍ଟିଆନ ହସ୍ପିଟାଲର ରକ୍ତ ଭଣ୍ଡାର ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ମଧ୍ୟ ‘ଏବି’ ପଜିଟିଭ୍ ବର୍ଗର ରକ୍ତ ଗଚ୍ଛିତ ନଥିଲା। ରକ୍ତ ଯୋଗାଡ଼ ନ ହେବାରୁ ରୋଗୀ ସମ୍ପର୍କୀୟ ଅନେକ ଚିନ୍ତାରେ ରହିଥିଲେ। ରକ୍ତ ଅଭାବ ଯୋଗୁଁ ଅସ୍ତ୍ରୋପଚାର ହେଇ ପାରୁ ନାହିଁ ଏବଂ ମହିଳା ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଏହି ଦୁଃଖଦ ବିଷୟ ଜଣେ ବ୍ୟକ୍ତି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍’ ପରିବାରର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀଙ୍କୁ ଜଣାଇବାରୁ ଗୁରୁତ୍ୱର ସହ ନେଇ ସାଙ୍ଗେ ସାଙ୍ଗେ ଅଞ୍ଚଳରେ କାର୍ଯ୍ୟରତ ଯୁବ ସାମ୍ବାଦିକ ପ୍ରଦୀପ ସେଠୀଆଙ୍କୁ ଫୋନ୍ ମାଧ୍ୟମରେ ରକ୍ତ ଆବଶ୍ୟକତା ଖବର ଜଣାଇଥିଲେ। ଏହାପରେ ସାମ୍ବାଦିକ ସେଠୀଆ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟକୁ ପଛରେ ପକାଇ ସାଙ୍ଗେ ସାଙ୍ଗେ ନିଜର ବନ୍ଧୁ ମାଧବ ଠାକୁର, ରିଙ୍କୁ ମଙ୍ଗରାଜ ଓ ଉମାକାନ୍ତ ସୁନାନୀଙ୍କ ସହିତ ବାଇକ୍ ଯୋଗେ ଶହେରୁ ଉର୍ଦ୍ଧ୍ୱ କି.ମି ନବରଙ୍ଗପୁର ଖ୍ରୀଷ୍ଟୀୟାନ ହସ୍ପିଟାଲର ରକ୍ତ ଭଣ୍ଡାରକୁ ପହଞ୍ଚି ନିଜର ବହୁମୂଲ୍ୟ ‘ଏବି’ ପଜିଟିଭ୍ ବର୍ଗର ରକ୍ତଦାନ କରିଥିଲେ। ସାମ୍ବାଦିକ ସେଠୀଆ ୩୨ ନମ୍ବର ଥର ପାଇଁ ରକ୍ତଦେଇ ଗୁରୁତ୍ଵର ମହିଳାଙ୍କ ଅସ୍ତ୍ରୋପଚାର ହେବାରେ ସହଯୋଗ କରିବା ସହ ମହିଳାଙ୍କ ଜୀବନ ବଞ୍ଚାଇ ମହାନତା ଦେଖାଇଛନ୍ତି।