ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ଗ୍ରାମର ଭଗତ ଭତରାଙ୍କ ସାନ ପୁଅ ମୁକୁନ୍ଦ ଭତରା (୨୮) ବେକରେ ଫାସୀ ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ, ମୁକୁନ୍ଦ ଭତରା ଦୀର୍ଘ ୨୫ ବର୍ଷ ହେବ ଉରୁମାଲ ସ୍ଥିତ ଏକ ଅଲେଖ ମହିମା ଟୁଙ୍ଗୀରେ ବୈରାଗୀ ଭାବେ ରହି ଆସୁଥିଲା। ତାଙ୍କ ଦେବାଳିଆ ମସ୍ତିଷ୍କ ଯୋଗୁଁ କିଛି ଦିନ ତଳେ ନିଜ ଗାଁକୁ ଆସିଥିଲେ। ମାନସିକ ବିକୃତି ଯୋଗୁଁ ଆଜି ଭୋର ସକାଳୁ ଘରୁ ବାହାରି ଯାଇଥିଲେ। ଗ୍ରାମର କିଛି ମହିଳା ଶୌଚ ହେବାକୁ ଯାଇ ଗ୍ରାମଠାରୁ ପ୍ରାୟ ୫ଶହ ମିଟର ଦୂର ଏକ କାଜୁବାଡ଼ି ମଧ୍ୟରେ ମୁକୁନ୍ଦକୁ ଓହଳି ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଜଣେଇଥିଲେ। ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ଏଏସଆଇ କେ. ଲକ୍ଷ୍ମୀ ନାରାୟଣ ଦୋରା ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଡାକ୍ତରଖାନାକୁ ପଠେଇଥିଲେ। ଶବ ବ୍ୟବଛେଦ କରାଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ପୋଲିସ ସୂଚନା ଦେଇଛି।