ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୂଜ୍ (ଚିତ୍ରସେନବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଲାଖବାହାଲି ଗାଁର ଦୂର ଦିଆରି(୮୧) ଲିଫ୍ଟ କେନାଲ ରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି।ସେ ଆଜି ସକାଳ ୮ ଟା ବେଳେ ନିଜ ଚାଷ ଜମି କୁ କାମ କରିବାକୁ ଯାଇ ୪ଟା ସମୟରେ କେନାଲ ରେ ଆସି ଗାଧୋଉ ଥିବା ବେଳେ ପାଣିର ସୁଅରେ ଭାସିଯାଇଥିବା ଜଣାପଡିଛି।ଖବର ପାଇ ଜୟପାଟଣା ଅଗ୍ନିଶମ ଅଧିକାରୀ ଗୁଲୁ ସାହୁ ଓ ତାଙ୍କ ଟିମ ପହଞ୍ଚି ଥିବା ବେଳେ ପାଣି ବନ୍ଦ କରାଯାଇଛି। ପାଣି ଟିକେ କମିଗଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।