ମଦନପୁର ଗ୍ରା:ପ ରେ ଶାରୀରିକ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): ମଦନପୁର ଗ୍ରା ପ ଅନ୍ତର୍ଗତ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହାଶକ୍ତି ଫାଉଣ୍ଡେସନ ଓ ଏଲ ଟି ଆଇ ମାଇଣ୍ଡଟ୍ରିର ମିଳିତ ସହଯୋଗରେ କାର୍ଯ୍ୟରତ ସମ୍ୱନ୍ୱିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ତରଫରୁ ଏକ ଶାରୀରିକ ତାଲିମ୍ କାର୍ଯ୍ୟକ୍ରମର ଉଦ୍ଘାଟନ ଉର୍ତ୍ସବ ଆୟୋଜିତ ହୋଇଥିଲା ।ଉଦ୍ଘାଟନ କାର୍ଯ୍ୟକ୍ରମରେ ମଦନପୁର ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରୁ ଅନେକ ଇଛୁକ ଯୁବକ ଓ ଯୁବତୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ମଦନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମତୀ କେତକୀ ଦାଣ୍ଡିଆ, ଏବଂ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରୁଥିଲେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜୟରାମ ମହାନନ୍ଦ ସମେତ ଗ୍ରାମ ପଂଚାୟତର ବରିଷ୍ଠ ସମାଜସେବି ଶ୍ରୀ ଯୁକ୍ତ ବନମାଳୀ ସିଂ । କାର୍ଯ୍ୟକ୍ରମରେ ଉପ ବ୍ଲକ ସଂଯୋଜକ ସମୀର ପୁଝାରୀ ମଞ୍ଚ ପରିଚାଳନା କରିବାବେଳେ, ଅବସର ପ୍ରାପ୍ତ ତାଲିମ୍ ଦାତା ଶ୍ରୀଯୁକ୍ତ କୌସ୍ତୁଭ କୁମାର ପଣ୍ଡା ଯୁବକ ମାନଙ୍କୁ ତାଲିମର ନିୟମାବଳୀ ଉପସ୍ଥାପନ କଲେ ଏବଂ ବ୍ଲକ ସଂଯୋଜିକା ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ଶାରୀରିକ ତାଲିମ୍ ଆୟୋଜନର ଲକ୍ଷ ଓ ଉଦ୍ଦେଶ୍ୟ ବର୍ଣନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ଓ ସମସ୍ତ ସି.ଆର୍.ପି ମାନେ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।