ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ମ.ରାମପୁର ଅଞ୍ଚଳରେ ଦେଶୀ ରନ୍ଧା ମଦ କାର ଦିନକୁ ଦିନ ବଢିବାକୁ ଲାଗିଛି। ତାକୁ ଦମନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅବକାରୀ ଅଣ୍ଟାଭିଡିଛି। ବହୁତ ଦିନରୁ ଜାଲ ବିଛେଇ ଅନୁସନ୍ଧାନ ଜାରି ରଖିଥିଲେ। ମ.ରାମପୁର ଥାନା ସିଂ ପୁର ପଞ୍ଚାୟତ ଏକ ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ କାରବାର ଚାଲିଥିବା ଖବର ପାଇ ହଠାତ ଭବାନିପାଟଣା ସଵଇନ୍ସିପେଟ ହେମନ୍ତ କୁମାର ସୁନଙ୍କ ନେତୃତ୍ବରେ ମ.ରାମପୁର ଅବକାରୀ ଦେବାଶିଷ ଶ୍ରୀଧର ସମେତ ଏ.ଏସ.ଆଇ ଆର୍ତ୍ତତ୍ରାଣ ବହିଦାର, କନେଷ୍ଟବଳ ବାଲେଶ୍ଵର ଧଙ୍ଗଡା ମାଝୀ, କନେଷ୍ଟବଳ ସିମାଞ୍ଚଳ ମାଝୀ, କନେଷ୍ଟବଳ ପ୍ରଦ୍ୟୁମ୍ନ କୁମାର ନାଏକ, ମହିଳା କନେଷ୍ଟବଳ ବିନତା କୁମାର, କନେଷ୍ଟବଳ ଅଶୋକ କୁମାର ପ୍ରଧାନ ମିଳିତ ସହଯୋଗ ଦେଶୀ ରନ୍ଧା ମଦଭାଟିକୁ ଚଢ଼ାଉ କରି ୪୦୦୦ ଲିଟର ମହୁଲ ପୋଚ ୮୦ ଲିଟରରୁ ଉର୍ଦ୍ଧ୍ବ ଖୋଳା ବିଷାକ୍ତ ରନ୍ଧା ମଦ ଜବତ କରିଥିଲେ। କୋୖଣସି ସୂତ୍ରରୁ ମଦମାଫିଆ ଖବର ପାଇ ଜାଗା ଛାଡି ଫେରାର ମାରିଥିଲେ। ଅବକାରୀ ବିଭାଗ ପକ୍ଷରୁ ୧୦୩/୨୦୨୫,୨୬ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।