ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମାମନି ଚକ୍ରବର୍ତ୍ତୀ) : ଗତ କିଛିଦିନ ତଳେ ରାଇଘର ଅଞ୍ଚଳରେ ଜଣେ ନର୍ସିଙ୍ଗ ଛାତ୍ରୀଙ୍କ ଅଶ୍ଳୀଳ ଫୋଟୋ ଭାଇରଲ ହେବାର କିଛି ଦିନ ବିତିଥିବାବେଳେ ଏବେ ପୁଣି ଜଣେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରଲ ହେବାରେ ଲାଗିଛି। ଯାହା ଫଳରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଯୁବତୀଙ୍କ ସହ ଜଣେ ଯୁବକ ଫେସବୁକରେ ବନ୍ଧୁତା କରିଥିଲେ, କିଛି ଦିନ ବନ୍ଧୁତା ହେବାପରେ ଯୁବକ ଜଣକ ଯୁବତୀଙ୍କୁ ଅଶ୍ଳୀଳ ହେବାକୁ ବାରମ୍ବାର କହୁଥିଲେ। କିନ୍ତୁ ଯୁବତୀ ମନା କରିଥିଲେ ଏବଂ ମୋବାଇଲ ବନ୍ଦ କରିଦେଇଥିଲେ। କିନ୍ତୁ ଯୁବକ ଜନକ ଯୁବତୀଙ୍କୁ ଗୋଟିଏ ଫୋଟୋ କୁ ଏଡିଟିଙ୍ଗ କରି ଅଶ୍ଳୀଳ ରୂପ ଦେଇ ମୋବାଇଲକୁ ମୋବାଇଲ ଛାଡିଦେଇଥିଲେ। ଯାହାଫଳରେ ଯୁବତୀଙ୍କୁ ମାନ ସମ୍ମାନକୁ ଆଞ୍ଚ ଆସିବାରୁ ସେ ଆଜି ରାଇଘର ଥାନା ର ଦ୍ୱାରସ୍ତ ହୋଇ ଉକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଭିଯୋଗ କୁ ଭିତ୍ତି କରି ରାଇଘର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।