ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏହି ଅବସରରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ଗୌରୀଶଙ୍କର ମାଝୀ ସମ୍ମାନିତ ଅତିଥି ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାନ ଙ୍କ ସଭାପତିତ୍ୱରେ ନୂତନଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ବ୍ଲକରେ ୩୦୨ ଜଣଙ୍କୁ ନୂତନ କାର୍ଡ ପାଇଁ ଚିହ୍ନଟ ହୋଇଥିବା ବେଳେ ୨୧ଜଣଙ୍କୁ ପ୍ରଥମ କିସ୍ତିରେ ମନ୍ତ୍ରୀ ନିଜ ହାତରେ ବାଣ୍ଟି ଥିଲେ । ମନ୍ତ୍ରୀ ନିଜ ଅଭିଭାଷଣରେ ଗତ ବିଜେଡ଼ି ସରକାର ବେଳେ ଚାଉଳ ଭୁତ ଖାଉଥିବା କହି ବହୁ ବଡ଼ବଡ଼ ଲୋକ କାର୍ଡ ହାତେଇବା ସହ ଗରିବଙ୍କ ଖାଦ୍ୟକୁ ଲୁଟୁଥିଲେ ବର୍ତମାନ ସୁଦ୍ଧା ୪୦୦୦କାର୍ଡ ବଣ୍ଟନ ସରିଛି । ମୁଖ୍ୟ ମନ୍ତ୍ରୀ ୬ଲକ୍ଷ ଅନୁମୋଦନ କରିଛନ୍ତି ୧୦୨୦୦୦ କାର୍ଡ ଫେରାଇଛନ୍ତି । ଭୁତକାର୍ଡ ୨ଲକ୍ଷ ଓ ୨୦ଲକ୍ଷ ୮୫ହଜାରଙ୍କ କେ ୱାୟ ସି ହୋଇନାହିଁ। ଖରିଫ ଓ ରବି ଋତୁରେ ଆମ ସରକାର ଦୁଇଶହ କୋଟିର ଇନପୁଟ ସହାୟତା ରାଶି ନବରଙ୍ଗପୁର ଜିଲ୍ଲାରେ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ବିଡ଼ିଓ ମନୋଜ ପାଣିଗ୍ରାହୀ କରିଥିଲେ। ବିଧାୟକ ଗୌରୀଶଙ୍କର ମାଝୀ ନିଜ ବକ୍ତବ୍ୟରେ ବର୍ଷେ ପୁରିଥିବା ମୋହନ ମାଝୀ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ଗତ ସରକାର କୁ ତାତ୍ସଲ୍ୟ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରଧାନ, ଏମ ପି ପ୍ରତିନିଧି ସନ୍ତୋଷ ପାତ୍ର, ବ୍ଲକ ଅଧ୍ୟକ୍ଷା ନୀଳାଦ୍ରି ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ପ୍ରମୁଖ ମଂଚାସୀନ ରହିଥିଲେ। ପ୍ରଥମେ ସରକାର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛ ଟିଏ ନାମରେ ଲଗାଇଥିଲେ। ବରିଷ୍ଠ ଚାଷୀ ତଥା ବିଜେପି କର୍ମୀ ନାରାୟଣ ପାତ୍ର ଖରିଫ ଋତୁରେ ଜଳସେଚିତ ଜମିରେ୧୯ କ୍ୟୁଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩କ୍ୟୁଣ୍ଟାଲ ଧାନ ସଂଗ୍ରହ କରୁଥିବାରୁ ଏହାର ପୁନର୍ବାର ବିଚାରକରି ସମାନତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।