ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ। ବିଶାଖାପାଟଣା ବସରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ, ଗଞ୍ଜେଇ ସହ ଦୁଇ ଯୁବକ ଅଟକ ଥିବାବେଳେ ତଦନ୍ତ ଜାରି ରହିଛି। ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା, ମୁଖୀଗୁଡା, ଲଡୁଗାଁ ଭାୟା ବିଶାଖାପାଟଣା ଓଏସଆରଟିସି ବସରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ମୁଖୀଗୁଡା ପଟୁ ଆସୁଥିବା ବସକୁ ଜୟପାଟଣା ରାଜବାଟି ଛକରେ ବସ କୁ ଯାଞ୍ଚ କରିଥିବାବେଳେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବାବେଳେ ତାଙ୍କୁ କାବୁ କରାଯାଇଛି।ପ୍ରାଥମିକ ସୂଚନା ରୁ ଯୁବକ ଦୁହେଁ ବାହାର ରାଜ୍ୟର ହୋଇଥିବା ବେଳେ ହାରାହାରି ୧୦ ରୁ ୧୫ କେଜି ଗଞ୍ଜେଇ ହେବ ବୋଲି ଜଣାପଡିଛି। ଆଗକୁ ତଦନ୍ତ ଚାଲିଛି ବୋଲି ଜୟପାଟଣା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି।