କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଜଣେ ଯୁବକକୁ କୋଡ଼ିଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ ଚଟାହାଣ୍ଡି ଗ୍ରାମର ଦେସସିଂ ଚଣ୍ଡାଳ(୨୧) ନାମକ ଯୁବକକ ଜଣେ ୨୦ ବର୍ଷର ଯୁବତୀଙ୍କ ଶହ ପ୍ରେମ ସମ୍ପର୍କ ଥିଲା। ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଯୁବକ ଶାରିରୀକ ସମ୍ପର୍କ ରଖି ଆସୁଥିଲା। ଯୁବତୀ ବିବାହ ପାଇଁ କହିବାରୁ ଯୁବକ ଅନିଚ୍ଛା ପ୍ରକାଶ କରିବା ପରେ ଯୁବତୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଥାନାଧିକାରୀ ଯୁଗଳ ଶବର ଏଏସଆଇ- ମନୋଜ ବେହେରାଙ୍କୁ ଏହି ଘଟଣା ର ତଦନ୍ତକାରୀ ଭାବେ ନିୟୋଜିତ କରିଥିଲେ। ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ନବରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି ବୋଲି ଏଏସଆଇ ବେହେରା ସୂଚନା ଦେଇଛନ୍ତି।