କୋଷାଗୁମୁଡ଼ା ଦୈନିକ ନିୟନ୍ତ୍ରିତ ବଜାର ଗୃହ ସାମ୍ନାରେ କୁଡ଼କୁଡ଼ ଆବର୍ଜନା

କୋଷାଗୁମୁଡ଼ା/କ୍ରାନ୍ତୀକ୍ଷେତ୍ର ନ୍ୟୁଜ୍ : କୋଷାଗୁମୁଡ଼ାରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୈନିକ ବଜାର (RMC) ଷ୍ଟଲ ଗୁଡ଼ିକ ସାମ୍ନାରେ ଓ ସାପ୍ତାହିକ ବଜାର ମଧ୍ୟରେ କୁଢ଼ କୁଢ଼ ଆବର୍ଜନା ପଡି ରହିଛି। ମୁଖ୍ୟ ରାସ୍ତା କଡରେ ଥିବା ଏହି ଆର ଏମ୍ ସି ଷ୍ଟଲ ସାମ୍ନାରେ ଏବଂ ଭିତରେ ଦୈନିକ ବଜାରର ଆମିଷ ଷ୍ଟଲ ପାଖରେ କୁଢ଼ କୁଢ଼ ଭଙ୍ଗା କାଚ, ପଲିଥିନ, ପଚାସଡ଼ା ଆବର୍ଜନା ପୋଡିରହିଛି। ଶ୍ରାବଣ ମାସର ଝଡ ବର୍ଷାରେ ଆବର୍ଜନା ସହ ଦୂଷିତ ପଙ୍କୁଆ ପାଣି ମୁଖ୍ୟ ରାସ୍ତା ଉପରେ ଯାଉଥିବା ଜନସାଧାରଣ , ଗାଡି ସାମ୍ନାରେ ଝରଣା ବହି ଚାଲିବା ଯୋଗୁଁ ଅନେକ ଥର ଦୁର୍ଘଟଣା ଘଟିଥିବା ମଧ୍ୟ ସାମ୍ନା କୁ ଆସୁଛି   ସପ୍ତାହିକ ହାଟ ଦିନ କାଚ ବେପାରୀ ମାନେ ଚୁଡ଼ି ବେପାର ସାରି ମନଇଚ୍ଛା ଭଙ୍ଗା ଚୁଡ଼ି ଖଣ୍ଡ ଗୁଡିକୁ ଖୋଲା ଲୋକଙ୍କ ପାଦ ଚଲା ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଉଥିବାବେଳେ ପରିବା ବ୍ୟବସାଇ, ଚପଲ ବ୍ୟବସାଇ, ମାଛ, ସୁକୁଆ, ଫଳ ବ୍ୟବସାଇ ମାନେ ବଳକା ହୋଇଥିବା ବର୍ଜ୍ୟବସ୍ତୁକୁ ସେହି ସ୍ଥାନରେ ପକାଇ ଚାଲିଯାଉଥିବା ସ୍ଥାନୀୟ ବ୍ୟବସାୟୀ ମାନେ କହିଛନ୍ତି। ତେବେ ସେହି ଭଙ୍ଗା କାଚ ଖଣ୍ଡ ଯିବା ଆସିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଦରେ ଅନେକ ଥର ପଶିଥିବା ମଧ୍ୟ ସାମ୍ନା କୁ ଆସିଛି। ସେଭଳି ଛତିଶଗଡ଼ ରାଜ୍ୟ ସୀମାନ୍ତ ଅଞ୍ଚଳର ବ୍ୟବସାୟୀ ନିଜ ନିଜର ଅଳିଆକୁ ଏପଟେ ସେପଟେ ହାଟ ସାରି ଫୋପାଡ଼ି ଚାଲିଯାଉଛନ୍ତି।  ଏହି ବିଷୟ ରେ ସ୍ଥାନୀୟ ଆର ଏମ୍ସି କର୍ମଚାରୀ ମାନେ ଧାନ ମଣ୍ଡି ଖଲିବା ବେଳେ ଓ ନୂତନ ଗୋଦାମ ଗୃହ ନିର୍ମାଣ କାମ କରୁଥିବା ସମୟରେ ଦେଖିକି ମଧ୍ୟ ସ୍ଥାଣୁ ପାଲଟିଯାଇଛନ୍ତି। ଯଦି ଏଭଳି ଦୈନିକ ବଜାରରେ ଖଣ୍ଡିଆ ଭଙ୍ଗା ଚୁଡ଼ି,ଦୁର୍ଗନ୍ଧ ଆବର୍ଜନା,ପଚାଷଡା ପନିପରିବା ରଦୁର୍ଘନ୍ଦ ରେ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଡାକି ଆଣିଲେ ଦାୟୀ  ହେବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। ପ୍ରତ୍ୟକ ଶୁକ୍ରବାର ଦିନ ସପ୍ତାହିକ ବଜାରରେ ଆର ଏମ୍ ସି (ଦୈନିକ ନିୟନ୍ତ୍ରିତ ବଜାର କମିଟି) ଦ୍ୱାରା ପଞ୍ଚାୟତ କୁ ସମସ୍ତ ବେପାରୀ ଙ୍କ ଠାରୁ ଟିକସ ଆଦାୟ କରି ବା ପାଇଁ ଅନୁମତି ଦେଇ ଥିବା ବେଳେ ଦୈନିକ ବଜାରର ସଫେଇ କରଣ ଶୂନ। କାହା ସ୍ୱାର୍ଥ ହାସଲ ପାଇଁ ଟେଣ୍ଡର ରେ ସାପ୍ତାହିକ ବଜାର ରେ ବ୍ୟବସାଇ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଟିକସ ଆଦାୟ କରି ନିଯେ ଚଳୁ କରୁଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ବିଭାଗ ଅଧିକାରୀ ମାନେ ଜାଣିଥିବାବେଳେ କାହିଁକି ନିରବଦ୍ରଷ୍ଟା ହୋଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏଭଳି କଣ ମାସ ମାସ ଧରି ଅଳିଆ ଆବର୍ଜନା ସହ ମିଶି ଭଙ୍ଗା ଚୁଡ଼ି କାଚ ପଡି ରହିଥିବ କି, ବୋଲି ସାଧାରଣରେ  ସ୍ଥାନୀୟ କୋଷାଗୁମୁଡା ବଜାର ର ବେପାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଦୈନିକ ନିୟନ୍ତ୍ରିତ ବଜାର ପରିସର କୁ ଆବର୍ଜନା ମୁକ୍ତ ଓ ଭଙ୍ଗା ଚୁଡ଼ି ର ଅବଶିଷ୍ଟାଂଶ କୁ ସଫା କରିବା ପାଇଁ ସାଧାରଣ ରେ ଦାବୀ କରିଛନ୍ତି।