ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ଼ ବ୍ଲକ୍ ବେହେରା ନ୍ତେଶ୍ବରୀ ଯୁବକ ସଂଘ କର୍ମକର୍ତ୍ତା ମାନେ ଅସୁସ୍ଥ ହୋଇ ରାସ୍ତା କଡ଼ରେ ପଡିଥିବା ଏକ ବୁଲା ଗାଈକୁ ଉଦ୍ଧାର କରି ତା’ର ଚିକିତ୍ସା କରାଇଛନ୍ତି। ଏବଂ ଚିକିତ୍ସା ପରେ ସୁରକ୍ଷିତ ସ୍ଥାନରେ ଗାଈକୁ ନେଇ ଯତ୍ନ ନେଉଛନ୍ତି। ଗତ କିଛି ଦିନ ତଳେ ବେପାରୀ ମାନେ ବଜାରରୁ ଗାଈକୁ କିଣି ନେବା ସମୟରେ ଅସୁସ୍ଥତା ଥିବାରୁ ରାସ୍ତାରେ ଛାଡ଼ି ଚାଲିଯାଇଥିବା ଜଣାପଡିଛି। ଉକ୍ତ ଗାଈ ଟି ଏଣେତେଣେ ବୁଲାବୁଲି କରିବା ସହ ଗୋଡ଼ରେ ଖଣ୍ଡିଆ ହୋଇ ପୋକ ଲାଗି ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା। ଏହା ଦେଖିବା ପରେ ଦନ୍ତେଶ୍ବରୀ ଯୁବକ ସଂଘ କର୍ମକର୍ତ୍ତା ମାନେ ଗାଈକୁ ଉଦ୍ଧାର କରିବା ସହ ପ୍ରାଣୀ ଚିକିତ୍ସା କେନ୍ଦ୍ରର ହେଲ୍ପଲାଇନ ନମ୍ୱରରେ ଯୋଗାଯୋଗ କରିଥିଲେ। ଏହାପରେ ପର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ଅସୁସ୍ଥ ଗାଈର ଚିକିତ୍ସା କରିଛନ୍ତି। ଏବେ ଯୁବକ ସଂଘ ପକ୍ଷରୁ ସୁରକ୍ଷିତ ସ୍ଥାନରେ ଗାଈକୁ ରଖି ତାର ଯତ୍ନ ନେଉଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।