କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଆଜି ଏକ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ଉନ୍ନତି ସାଧନ କୁନେଇ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟ ର ପ୍ରିନ୍ସିପାଲ ସୁବାଷ ନାୟକଙ୍କ ଅଦକ୍ଷତା ରେ ସମୂହ ବିଦ୍ୟାଳୟ ର ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଙ୍କୁ ନେଇ ବିଦ୍ୟାଳୟ ର ଉନ୍ନତି କରଣ, ଛାତ୍ର ଛାତ୍ରୀଙ୍କ ସୁ ଚରିତ୍ର ଗଠନ, ଶିକ୍ଷା ପ୍ରତି ଆକୃଷ୍ଟ, ବିଦ୍ୟାଳୟ ର ସ୍ୱଚ୍ଛତା, ପାନୀୟ ଜଳ, ପୋଷାକ, ପରିଛନତା ,ଗୋମନା ଗୋମନ ବ୍ୟବସ୍ଥା,ପାଠ୍ୟ ପୁସ୍ତକ, ଶିକ୍ଷକ ଶିକ୍ଷୟିତ୍ରୀ ପୂରଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଅଭିଭାବକ ମାନଙ୍କ ଅଭିଯୋଗ ଉପରେ ବିଦ୍ୟାଳୟ ର ପ୍ରିନ୍ସିପାଲ ଓ ଶିକ୍ଷକ ମାନେ ପରିମାର୍ଜିତ କରିବା ପାଇଁ କହିଥିଲେ। ବିଦ୍ୟାଳୟ ପକ୍ଷ ରୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସୁ ଶିକ୍ଷା ବ୍ୟବସ୍ଥା ସହ ଉତମ ଚରିତ୍ର ଗଠନ କରିବା ଦିଗରେ ଅଭିଭାବକ ମାନଙ୍କ ସହଯୋଗ କରିବାକୁ ପ୍ରିନ୍ସିପାଲ ସହଯୋଗ କାମନା କରିଥିଲେ। ଜନ ୩ର ଜିଲାପରିଷଦ ସଭ୍ୟ କ୍ଷୀରୋଦ ନାୟକଙ୍କୁ ବିଦ୍ୟାଳୟ କମିଟି ଦ୍ୱାରା ବିଦ୍ୟାଳୟ ପାଇଁ କିଛି ସହଯୋଗ କରିବାକୁ କହିଥିଲେ। ଆଜିର ଏହିପରିପ୍ରେକ୍ଷୀରେ ବିଦ୍ୟାଳୟ ର ପ୍ରିନ୍ସିପାଲ, ଶିକ୍ଷକ ଗଣ, ଓ ପ୍ରାୟ ଶତାଧିକ ଅଭିଭାବକ ଉପସ୍ଥିତ ରହି ବୈଠକ ଟିକୁ ସୁନ୍ଧର ଭାବରେ ପ୍ରସ୍ତୁତ କରି ଥିଲେ।