ସ୍ବାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : ଜୟପାଟଣା ଉମାଶଙ୍କର ହାଇସ୍କୁଲ ପଡିଆଠାରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ତଥା ଜାତୀୟ ଦିବସ ପାଳନ କମିଟି ସଭାପତି ରଘୁନାଥ ମୁଣ୍ଡାରୀ ଙ୍କ ଅଧ୍ୟକ୍ଷତା ରେ ଏବିଇଓ ସୁରେନ୍ଦ୍ର ମୋହନ ଯୋଶୀ, ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା (ଏନଡିସିସି) ସମ୍ପାଦକ ବିକ୍ରମ ମାଝୀ, ଖଳିଆଭଟା ଏସଏସଡି ପ୍ରଧାନ ଶିକ୍ଷକ ଉମାକାନ୍ତ ପଣ୍ଡା, ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ, ଅବସରପ୍ରାପ୍ତ କେନ୍ଦ୍ରୀୟ ଟ୍ୟାକ୍ସ ଅଧିକାରୀ ଗଙ୍ଗାଧର ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର ପ୍ରତିନିଧି,ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନେତ୍ରୁ ମଣ୍ଡଳୀ ଏବଂ କମିଟିର ସଦସ୍ୟ ଉପସ୍ଥିତ ହୋଇ ଗତ ସାଧାରଣ ତନ୍ତ୍ର ଦିବସ ପାଳନର ସମସ୍ତ ବିଷୟରେ ଆଲୋଚନା କରିଥିଲେ।