ବଡକୁଟ୍ରୁ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷା ଚେତନା ଅଭିଯାନ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟ୍ରୁ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଠାରେ ନେତାଜୀ ସେବା ସଂଗଠନ, ଧନପୁର ପ୍ରଡ୍ୟୁସର ଗ୍ରୁପ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ୧୧୯ତମ ଶିକ୍ଷା ଚେତନା ଅଭିଯାନ ଓ ଅମ୍ରୁତ ପାଠ୍ୟସେବା ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବଡକୁଟ୍ରୁ ପେକ୍ସ ସଭାନେତ୍ରୀ ମଞ୍ଜୁଲା ସାହୁ ମୂଖ୍ଯ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ଯ ବକ୍ତା, ସମିତି ସଭ୍ୟ ବିକ୍ରମ କେଶରୀ ନାଏକ ସମ୍ମାନୀତ ଅତିଥି, ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଘନଶ୍ୟାମ ନାଏକ, ଶିକ୍ଷକ ବନମାଳୀ ସାହୁ, ସଂଗଠନର ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୂଖ ଯୋଗଦାନ କରି ଗ୍ରାମାଞ୍ଚଳରେ ଶିକ୍ଷାନୁଷ୍ଠାନ ଗୁଡିକରେ ସଂଗଠନର ଏଭଳି ଆୟୋଜନ ଶିକ୍ଷଣୀୟ, ସଚେତନ ଧର୍ମୀ, ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। ବେଦପ୍ରକାଶ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲଲିତ କୁମାର ବିଶି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ବିଜ୍ଞାନ, ଗଣିତ, ଇତିହାସ ଓ ନଗର ବିଜ୍ଞାନ, ଦିବସ ଓ ବିଶିଷ୍ଟ ଘଟଣାବଳୀ, ମହାପୁରୁଷଙ୍କ ଜୀବନୀ ଓ ସ୍ବାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରଶ୍ନମଞ୍ଚର ଆୟୋଜନ କରାଯାଇ କ୍ରୁତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଜାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଦଶ ଜଣ ଗରୀବ ମେଧାବୀ ବିଦ୍ୟାର୍ଥୀଙ୍କୁ ପାଠ୍ଯ ପୁସ୍ତକ ପ୍ରଦାନ କରାଗଲା। ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମକୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ସଞ୍ଜୟ କୁମାର ସାହୁ ଓ ଗଣକ ଭାବେ ଦୁଷ୍ମନ୍ତ କୁମାର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ ରାଧାମୋହନ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।