ମଦନପୁର ରାମପୁର କଂଗ୍ରେସ ଦଳର ସାଙ୍ଗଠାନିକ ବୈଠକ

ମଦନପୁର ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ମ ରାମପୁର କଂଗ୍ରେସ ଦଳ ର ସାଙ୍ଗ ଠନିକ ସଭା ମ,ରାମପୁର ବ୍ଲକ ର ପିସିସି ସଭ୍ୟ ନାରାୟଣ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ମ, ରାମପୁର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମ, ରାମପୁର ବ୍ଲକ କଂଗ୍ରେସ ର ସ୍ଥିତି ମଜବୁତ ହେବ ସେ ଉପରେ ଆଲୋଚନା ‌ହୋଇଥିଲା ଯେତେବେଳେ କଂଗ୍ରେସ ଶାସନ ସମୟରେ ଅନେକ ଅବଦାନ ରହିଛି ସ୍କୁଲ କଲେଜ ହିରାକୁଦ ଡ୍ଯାମ ଗୋଲାବାରୁଦ କାରଖାନା, ପାରାଦୀପ ବନ୍ଦର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବୃଦ୍ଧା ଭିନ୍ନ କ୍ଷମ ବିଧବା ମହିଳା ଙ୍କୁ ପେନସନ ବ୍ୟବସ୍ଥା,ସୁଳଭ ମୂଲ୍ୟ ରେ ଖାଉଟି ମାନଙ୍କୁ ଚାଉଳ ବଣ୍ଟନ,୧୦୮ ଆମ୍ବୁଲାନ୍ସ ଆଦି ଅନେକ ଯୋଜନା ମାନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ଅମଳରେ ହୋଇଥିବା କହିଥିଲେ । ଏଥିରେ ପୂର୍ବତନ ସମିତି ସଭ୍ୟ ତୁଷାର ରଞ୍ଜନ ମାଝୀ,ବରିଷ୍ଠ କଂଗ୍ରେସ କର୍ମୀ ବସନ୍ତ କୁମାର ସାହୁ, ଦିଲ୍ଲୀ ପ କୁମାର ମହାକୁଡ଼, ଧନେଶ୍ଵର ବାରିକ, ବାବୁଲା ନାଏକ, ହେମନ୍ତ କୁମାର ନାଏକ, ରବିନ୍ଦ୍ର ବିଷି, ଆଦିଯୋଗ ଦେଇଥିଲେ ଏବଂ ଓ୍ବାଡ ସ୍ତରରୁ ଦଳକୁ ସଙ୍ଗଠନ ହେବ ସେ ଉପରେ ଆଲୋଚନା ‌ହୋଇଥିଲା।