କୋଷାଗୁମୁଡା/କ୍ରାନ୍ତୀକ୍ଷେତ୍ର ନ୍ୟୁଜ୍: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଟେମରା ଠାରେ କୋଷାଗୁମୁଡା ପୋଲିସ ପ୍ରଶାସନପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋଷାଗୁମୁଡା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ଅଦକ୍ଷତାରେ ଏସ୍.ଆଇ ଲଳିତ କୁମାର ପଣ୍ଡା, ଏସ.ଆଇ-ପର୍ଶୁରାମ ଛାତ୍ରୀଆ,ଏ.ଏସ୍.ଆଇ ରାମଚନ୍ଦ୍ର କୋଣ୍ଡୋଗୋରୀ, ହାବିଲଦାର ବିଦ୍ୟୁତ କୀର୍ତନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ତଥା ଛୋଟଛୋଟ ପିଲା ମାନଙ୍କୁ ଯାନବାହାନ ନ ଦେବା,ଟ୍ରାଫିକ ନିୟମ ପାଳନ କରିବା,ମଦ୍ୟପାନ କରି ଯାନବାହାନ ନଚଳେଇବା ,ମଟର ସାଇକେଲ ଚଳାଇଲା ବେଳେ ହେଲମେଟ ପିନ୍ଧିବା, ବୁଲାଣି ରାସ୍ତାରେ ହର୍ଣ୍ଣ ବଜେଇବା ସହ ଇଣ୍ଡିକେଟର ଜଳେଇ ଗାଡିର ଗତି କମେଇବା, ହିଂସା ଛାଡି ଅହିଂସା ପଥରେ ଚାଲିବା, ସୁସ୍ଥ, ସୁରକ୍ଷିତ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ପୋଲିସ ସହ ସୁସମ୍ପର୍କ ରଖିବା ଓ ପୋଲିସକୁ ସହଯୋଗ କରିବା, ସାମୁହିକ ବିକାଶ ପାଇଁ ନୈତିକ ଦାୟିତ୍ୱ ନିର୍ବାହ କରିବା,ବାଲ୍ୟ ବିବାହ ଓ ଯୌତୁକ ରୋକିବା,ପୁଅଝିଅ ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା , ଯୁବବର୍ଗଙ୍କୁ ବ୍ୟାପକ ସଚେତନ କରିବା, ଅନ୍ଧ ବିଶ୍ୱାସ ଉପରେ ଉପସ୍ଥିତି ଲୋକ ମାନଙ୍କୁ ସଚେତନ କରିଥିଲେ।ସେହିପର ସାଇବର କ୍ରାଇମ ଓ ନୂଆ ନିୟମ ଧାରା ଉପରେ ସଚେତନତା କରିଥିଲେ।ବିଶେଷ କରି ଅଶ୍ଳୀଳ ଭିଡିଓକୁ ଟଚ ନକରିବା ଓ ଅଜଣା ନମ୍ବରରୁ କଲ ଆସିଲେ ତାକୁ ନଉଠେଇବା,ନିଜ ଓଟିପି ଅନ୍ୟ କାହାରିକୁ ପ୍ରଦାନ ନକରିବା ପାଇଁ ପରାମର୍ଶ ଦେବା ସହ ସାଇବର କ୍ରାଇମରେ ସମସ୍ୟାର ସମ୍ମୁଖିନ ହୋଇଥିବା କିଛି ଲୋକଙ୍କ ଉଦାହରଣ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଟେମରା ପଂଚାୟତର ବୁଦ୍ଧିଜୀବୀ, ମାନ୍ୟଗୁଣ୍ୟ ବ୍ୟକ୍ତି, ଭଦ୍ରବ୍ୟକ୍ତି ଓ ସାଧାରଣ ଜନସାଧାରଣ ଉପସ୍ଥିତ ରହିଥିଲେ ।