ଓ.ୟୁ.ଜେ ସଂଘ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କ ସହ ଆଲୋଚନା

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଓ.ୟୁ.ଜେ ସାମ୍ବାଦିକ ସଂଘ ପକ୍ଷରୁ ଆଜି ନୂତନ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି।ନବରଙ୍ଗପୁର ସଂଘ ସଭାପତି ସୁଶାନ୍ତ ବେହେରା ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ନବରଙ୍ଗପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳଙ୍କୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ।ଜିଲ୍ଲାର ବିଭିନ୍ନ ଜାଗାରେ ମାଳ ମାଳ ନକଲି ସାମ୍ବାଦିକ ଘୁରି ବୁଲୁଥିବା ବେଳେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଚିହ୍ନଟ ଲାଗି ସଂଘ ପକ୍ଷରୁ ଦାବି କରାଯାଇଥିଲା।ଖୁବ ଶୀଘ୍ର ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଚିହ୍ନଟ କରାଯିବ ବୋଲି ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।