ମ.ରାମପୁରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପରିସରରେ ଥାନା ଅଧିକାରୀ ବୀରବଲ ଭଗତଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ.ରାମପୁର ସହର ମହକୁମାରେ ଯାନ ବାହନ ଦୃତ ଗତିରେ ଚଲାଇବା,ମଦୁଆ ମାନଙ୍କ ଦୈରାତ୍ମ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରାସ୍ତା ଉପର କୁ ଦୋକାନ ବଜାର ରାସ୍ତା ଉପରକୁ ବଢ଼ାଇବା ଆଦି ଉପରେ ଆଲୋଚନା କରୁଥିବା ବେଳେ ମ.ରାମପୁର ଥାନାକୁ ଯେଉଁ ଲୋକ ବିଭିନ୍ନ ଅଯୋଗ ଆଣିବା ଉପରେ ତାହାର ଆପୋଷ ବୁଝାମଣା ଓ ଶୀଘ୍ର ତାହାର ସମାଧାନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପୂର୍ବତନ ମ.ରାମପୁର ସରପଞ୍ଚ ଚିତ୍ତରଞ୍ଜନ ବାଗ, ସମାଜସେବୀ ସତ୍ୟ ନାରାୟଣ ସାହୁ ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ପ୍ରସାନ୍ତ ସାମନ୍ତରାୟ,ଶୁଭେନ ପଟ୍ଟନାୟକ, ହେମନ୍ତ କୁମାର ସାହୁ, ନିରଞ୍ଜନ ମହାରଣା, ଯୋଗଦେଇ ଥିବା ବେଳେ ମ.ରାମପୁରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ପଞ୍ଚାୟତ ସମିତି ପୂର୍ବତନ ଉପାଧ୍ୟକ୍ଷ ଘନଶ୍ୟାମ ରଣା, ସୁବାସ ଚନ୍ଦ୍ର ରଥ, ସମେତ ୧୯ ଗୋଟି ପଞ୍ଚାୟତର ସମସ୍ତ ସମାଜସେବୀ ରାଜ ନୈତିକ ବ୍ୟକ୍ତି ଯୋଗ ଦେଇଥିଲେ।