ଅଭିଭାବକ, ଶିକ୍ଷକ/ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ।

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ରବି ନାରାୟଣ ସିଂହ):
ସମଗ୍ର ଓଡ଼ିଶାରେ ସମସ୍ତ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦରରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ନିଆରା ଢଙ୍ଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟ ସମ୍ପୃକ୍ତ ଥୁଆମୂଳ ରାମପୁର ବ୍ଲକର ଏକମାତ୍ର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ମଧ୍ୟ ଏହି ଗ୍ରାମରେ ଅବସ୍ଥିତ ଓ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୟାମ୍ପସ ସହିତ ଜଡିତ। ତେଣୁ ଏହି ବିଦ୍ୟାଳୟରେ ବ୍ଲକ ଅନ୍ତର୍ଗତ ପ୍ରାୟ ୨୦/୨୨ ଟି ଗ୍ରାମ ପଞ୍ଚାୟତର ଛାତ୍ରୀ ଆସି ହଷ୍ଟେଲ ସୁବିଧା ପାଇ ଥିବାରୁ ସମସ୍ତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକ ମାନେ ବହୁ ସଂଖ୍ୟାରେ ଆସି ଅଂଶ ଗ୍ରହଣ କରିଥିଲେ। ଏଠାରେ ପ୍ରାୟତଃ ଆଲୋଚନା କରାଯାଇ ଥିଲା , ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତାବ , ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନେ ପାଉଥିବା ସୁବିଧା ସୁଯୋଗ ସହ ଶିକ୍ଷକ ଓ ଅଭିଭାବକ ଙ୍କ ଭୂମିକା , ଶିକ୍ଷାର୍ଥୀ ମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ , କିଶୋରୀ ଛାତ୍ରୀ ମାନଙ୍କ ପାଇଁ ଇନ୍ ସିନେରେଟର ଓ ଭେଣ୍ଡିଂ ମେସିନ୍ ର ବ୍ୟବସ୍ଥା, ଶିକ୍ଷାର୍ଥୀ ମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି , ବାଳିକା ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା, ସ୍ବଚ୍ଛତା ପକ୍ଷ ପାଳନ , ଏବଂ ସୁରଭି ୨୦୨୫ ସମ୍ପର୍କରେ ପ୍ରଧାନ ଶିକ୍ଷକ ତଥା ପ୍ରିନ୍ସିପାଲ ଦେବେନ୍ଦ୍ର ନାରାୟଣ ଛତ୍ରୀୟା ଅତି ପ୍ରାଞ୍ଜଳ ଭାବରେ ବୁଝାଇ କହିଥିଲେ । ପରେ ପରେ ସେହି ବିଦ୍ୟାଳୟଦର ବରିଷ୍ଠ ଶିକ୍ଷକ ପିରାଣ୍ଡୋ ଗୋମାଙ୍ଗୋ ସମଗ୍ର ଅଞ୍ଚଳର ଶିକ୍ଷା ବ୍ୟବସ୍ଥା କୁ ଅଭିଭାବକ ମାନେ ହିଁ ହୃଦୟଙ୍ଗମ କରି ନିଜ ନିଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରତି କେମିତି ଆକର୍ଷିତ ହୋଇ ଉଚ୍ଚ ଶିକ୍ଷା ଲାଭ କରିବେ ସେ ଦିଗରେ ଅଭିଭାବକ ମାନଙ୍କ ମଧ୍ୟରେ ଜାଗ୍ରତ ସୃଷ୍ଟି କରାଇବା ଦିଗରେ ବୁଝାଇ କହିଥିଲେ। ପରିଶେଷରେ ବିଦ୍ୟାଳୟ ପରିସର ମଧ୍ୟରେ ଫଳ ଗଛ ରୋପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି, ସହ ୮୪ ଜଣ ଅଭିଭାବକ ମାଆ , ବାପା, ଅଂଶଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନୁର୍ଯ୍ୟୟ ପାତ୍ର , ଅଧ୍ୟକ୍ଷ ଦେବେନ୍ଦ୍ର ନାରାୟଣ ଛତ୍ରୀଆ, ସମାଜ ସେବୀ ହୃଷୀକେଶ ପାତ୍ର , ବରିଷ୍ଠ ଶିକ୍ଷକ ପିରାଣ୍ଡୋ ଗୋମାଙ୍ଗୋ , ଅଜିତ କୁମାର ସିଂହ , ଲିଙ୍ଗରାଜ ମାଝୀ , ଶିକ୍ଷୟତ୍ରୀ ଜ୍ୟୋତି ତ୍ରିପାଠୀ , ଓ ଅଞ୍ଚଳର ବରିଷ୍ଠ ସମାଜସେବୀ ରବି ନାରାୟଣ ସିଂହ ଯୋଗ ଦେଇଥିବା ବେଳେ ସ୍କୁଲର ସମସ୍ତ ସହକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।