ଦେଶୀ ଓ ବିଦେଶୀ ମଦ ଜବତ ; ମହିଳା ସମେତ ୩ଗିରଫ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅବକାରୀ ବିଭାଗ ଓ କଳାହାଣ୍ଡି ଜିଲ୍ଲାର ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଦେଶୀ ଓ ବିଦେଶୀ ମଦ ଜବତ କରି ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ଅବକାରୀ ବିଭାଗ ପକ୍ଷରୁ ଆଜି ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା, ଭିତରଗୁମା ଓ ଡୁଡ଼କାଗୁଡାରେ ଚଢ଼ାଉ କରିଥିଲେ। ଏଥିରେ କାଣିଗୁମା ଗ୍ରାମର କ୍ଷମା ନାଏକଙ୍କ ଠାରୁ ବିଦେଶୀ ମଦ କେନ ୪୦ ଟି କିଙ୍ଗଫିସର ୧୨ଟି, ନମ୍ବରୱାନ ୧୫ ଟି ଟୁ ୧୨ଟି ବଗାଡି ୧୮ ଟି ସମେତ ଅନେକ ବିଦେଶୀ ମଦ ଜବତ କରିଥିଲେ । ସେହିଭଳି ଭିତରଗୁମା ଗ୍ରାମର ସୁଦର୍ଶନ ନାଏକଙ୍କ ଠାରୁ ୮ ଲିଟର ବେଆଇନ ହାତରନ୍ଧା ମଦ ଓ ଡୁଡ଼କାଗୁଡା ଗ୍ରାମର ରୁକ୍ମଣୀ ନାଏକଙ୍କ ଠାରୁ ୬ ଲିଟର ହାତରନ୍ଧା ମଦ ଜବତ କରିଥିଲେ । ବେଆଇନ ମଦ କାରାବାର ଯୋଗୁଁ ଜଣେ ମହିଳା ଓ ଦୁଇଜଣ ମଦ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।।ଆଜିର ଏହି ଚଢ଼ାଉ ରେ ଅବକାରୀ ବିଭାଗର ସଦର ଆଇଆଇସି ହେମକାନ୍ତି ସୁନା, ଜିଲ୍ଲା ମୋବାଇଲ ଟିମ ଆଇଆଇସି ଅରୁଣ କୁମାର ଯୋଶୀ, ଏସଆଇ ବିଜୟ ଭୂଷଣ ନାଏକ, ଥୁଆମୂଳ ରାମଚନ୍ଦ୍ର ଅବକାରୀ ବିଭାଗର ଓଆଇସି ପ୍ରଶାନ୍ତ ସ୍ୱାଇଁ, ନରେନ୍ଦ୍ର ମିଞ୍ଜ, ଜୟପାଟଣା ଅବକାରୀ ବିଭାଗର ବିଶ୍ୱଜିତ ଆରୁଖ, କେସିଙ୍ଗା ଅବକାରୀ ବିଭାଗର ତିଳକ ରାମ ନାଏକ ପ୍ରମୁଖ ସାମିଲ ହୋଇଥିଲେ ।