ୟୁଏଏସ୍ ଉପସ୍ଥାନକୁ ବିରୋଧ ; ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମୀ ଯୋଗାଇ ୟୁଏଏସ୍ ପ୍ରଚଳନ କରିବା ପାଇଁ ଗୁରୁବାର କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶିକ୍ଷକ ମାନଙ୍କ ଅଭିଯୋଗ ଅନୁସାରେ, ୟୁଏଏସ୍ ପ୍ରଚଳନ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମୀ, ଶିକ୍ଷକ ନିଯୁକ୍ତି, ମୋବାଇଲ ଫୋନ୍ ପ୍ରଦାନ, ନେଟ ପ୍ରାକ୍, କମ୍ପ୍ୟୁଟର ଶିକ୍ଷକ ନ ଯୋଗାଇବା ପର୍ଯ୍ୟନ୍ତ ୟୁଏଏସ୍ ପ୍ରଚଳନକୁ ସ୍ଥଗିତ ରହିବା ପାଇଁ ଦାବି କରିଛନ୍ତି। ଏନେଇ ଆଜି କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।