କାଶୀପୁର ବ୍ଲକରେ ଦୁର୍ନୀତିର ଗନ୍ଧ

କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଞ୍ଜନ କୁମାର ନାଏକ) : ଦୁର୍ନୀତିର ଗନ୍ଥାଘର ପାଲଟିଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ। ବର୍ତ୍ତମାନ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କାଶୀପୁର।
ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମୀକ୍ଷା ବୈଠକରେ ରାୟଗଡା ବିଧାୟକ କାଡ୍ରାକା ଆପଲସମୀ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟୀ କୁମାର ସୋଏ ସ୍ୱୟଂ ବୈଠକର ଅଧକ୍ଷତା କରିଥିଲେ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଐଶ୍ୱର୍ଯ୍ୟ ଭଞ୍ଜଦେଓ ସହକାରୀ ଭାବେ କାର୍ଯ୍ୟ ଭାର ତୁଲାଇଥିଲେ। ପ୍ରଥମେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରେଙ୍ଗୁ ନାଏକଙ୍କ ବିୟୋଗରେ ସଭାଗୃହରେ ଏକ ମିନିଟର ଶୋକସଭାରେ ନିରବ ପ୍ରାର୍ଥନା କରାଯାଇଥିଲା।ଏହା ପରେ ଉପସ୍ଥିତ ବ୍ଲକର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ସମୀକ୍ଷା ବୈଠକରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ବିଧାୟକ କାଡ୍ରାକା। ୧୮୦୦୦୦ ଏକଲକ୍ଷ ଅସିଏ ହଜାର ଟଙ୍କାରେ କ୍ରୟ ହୋଇଥିବା ଏକ ବ୍ୟାଗ ସିମେଣ୍ଟ ମୋନରେଗା ଯୋଜନା ଘଟଣାରେ କାଶୀପୁର ବ୍ଲକ, ସମଗ୍ର ରାଜ୍ୟରେ ଦୁର୍ନୀତି ମାନ୍ୟତାରେ ଏକନମ୍ବର। କିଛି ଦିନ ହେବ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ପୂଣି ଚର୍ଚ୍ଚାରେ ଯେ ‘ ଜଳଛାୟା, କୃଷି ଉଦ୍ୟାନ, ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନୟ ଭଳି ବିଭିନ୍ନ ବିଭାଗର ବାବୁ ମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ଏହିଭଳି ବ୍ଲକର ବିଭିନ୍ନ ସରକାରୀ ବିଭଗରେ ଉନ୍ନତି ମୂଳକ ଉଦେଶ୍ୟରେ କାର୍ଯ୍ୟ କରାଯାଉନାହିଁ। ଅଧିକାରୀ ଠାରୁ ତଳକର୍ମଚାରି ପର୍ଯ୍ୟନ୍ତ ଦୁର୍ନୀତି ଗ୍ରସ୍ତ ବୋଲି ବିଧାୟକ ବର୍ଷି ଥିଲେ। ବ୍ଲକ ଉନ୍ନୟନ, ମୋନରେଗା, ପ୍ରଧାନମନ୍ତ୍ରୀ ଆବାସ, ସମ୍ମନୀତ ଶିଶୁ ବିକାଶ ବିଭାଗ, ବନବିଭାଗ, ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳଛାୟା ପ୍ରକଳ୍ପ, କୃଷି ଉଦ୍ୟାନ ବିଭାଗ ଉପରେ ବିଧାୟକ ସବ୍ଦ ବାଣ ଛାଟି ଥିବା ପରିଲକ୍ଷିତ ହୋଇଥିଲା। ଅଧିକାରୀ ମାନେ ନିଜ ଦକ୍ଷତା ନ ତୁଲାଇ ସରକାରୀ କାର୍ଯ୍ୟକୁ ଅବହେଳା କରିଛନ୍ତି ଓ ସରକାରଙ୍କୁ ଫାଙ୍କି ସରକାରୀ ଅର୍ଥକୁ ଆତ୍ମସାତ କରୁଛନ୍ତି ବୋଲି କହିଥିବା ବେଳେ ପନ୍ଦର ଦିନ ଭିତରେ ସମସ୍ତ ବିଭାଗ ସେମାନଙ୍କର ପାଞ୍ଚ ବର୍ଷର ତଥ୍ୟ ପ୍ରଦାନ କରନ୍ତୁ ବୋଲି ରୋକଠୋକ କହିଥିଲେ ବିଧାୟକ କାଡାକା। ବାସ୍ତବିକତାରେ କାଶୀପୁରରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ହେଉଛି ଏହା ବୋଧେ ସମଗ୍ର ରାଜ୍ୟରେ କେଉଁଠି ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସକୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଥିଲେ। ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକରେ ଅନ୍ୟ ବିଭାଗ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ, ନଗର ଓ କଠାବାଡି ନିର୍ମାଣ ବିଭାଗ, କୃଷି ବିଭାଗ ଓ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।