ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆମୂଳ ରାମପୁର, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅବକାରୀ ବିଭାଗ ଓ କଳାହାଣ୍ଡି ଅବକାରୀ ବିଭାଗର ୮ ଜଣିଆ ଟିମ ଆଜି ଭିତରଗୁମା ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଏହି ଗ୍ରାମର ଜୟନ୍ତ ମାଝୀ(୪୪) ଙ୍କ ପାଖରେ ୫ କେଜି ୨୦୦ ଗ୍ରାମର ଗଞ୍ଜେଇ ରଖିଥିବା ଦେଖିବାକୁ ପାଇଥିଲେ । ପରେ ଅବକାରୀ ବିଭାଗ ଗଞ୍ଜେଇ କୁ ଜବତ କରିବା ସହ ଏକ ମାମଲା ରୁଜୁ ଗଞ୍ଜେଇ ବେପାରୀ ଜୟନ୍ତ ମାଝୀଙ୍କୁ କୋର୍ଟ ଚାଲାଣ କରିଛନ୍ତି।