କାଦବେଡ଼ା ଗ୍ରାମରେ ସ୍ଥିତି ଅନୁଧ୍ୟାନ କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ତେନ୍ତୁଳଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତର ଅବହେଳିତ ଗ୍ରାମ କାଦବେଡ଼ା ଯାଇ କିଭଳି ଟ୍ୟୁବେୱେଲ ଖନନ କରିବାକୁ ଗାଡ଼ି ଆସି ପାରିବ ଅନୁଧ୍ୟାନ କରିଥିଲେ। ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟାସମ୍ପର୍କରେ ଅବଗତ ପରେ ବିଡ଼ିଓ ଉକ୍ତ ଗ୍ରାମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ସାହାଣୀଙ୍କୁ ନେଇ ଯାନ ବାହନ ଯାତାୟାତ ଯୋଗ୍ୟ ହେବାକୁ କଣ କଣ କରାଯିବ ସେ ନେଇ ପ୍ରକଳ୍ପ ରଖିବାକୁ ନେଇ ଆଲୋଚନା କରିଥିଲେ। ବର୍ତ୍ତମାନ ଚାଲିଥିବା ମେଟାଲ ମୋରମ ରାସ୍ତା କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେବା ସହ ଦୁଇଟି କଲଭର୍ଟ ପ୍ରକଳ୍ପ ରଖିବାକୁ ପଦକ୍ଷେପ ନେବାକୁ କହିଥିଲେ। ଆଉ ଏକ ଫାଇଲ ମେଟଲ ମୋରମ ରାସ୍ତା ପାଇଁ ଖୋଲିବାକୁ କହିଥିଲେ। ଏହି ଅବସରରେ ବି ଏଫ ଟି ଅଞ୍ଜନ ଟାକ୍ରୀ ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ ଦୀଗି ସୋଲପା,ସ୍ଥିତ ଶିବପ୍ରସାଦ ହାଇସ୍କୁଲ ଯାଇ ଭିତିଭୂମିର ଅନୁଧ୍ୟାନ କରିବା ସହିତ ପିଲାଙ୍କୁ ପାଠପଡ଼ାଇବା ସହିତ ବିଦ୍ୟାଳୟ ପରିସରକୁ ସଫାସୁତରା ରଖିବାକୁ ପରାମର୍ଶ ଦେଇଥିଲେ।