ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ଏବଂ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନାଜଣାଇ ଥିଲେ। ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ୱନ୍ଧରେ ଆଲୋଚନା କରିବା ସହ ବ୍ଲକରେ ଏକ ଅଭିଜ୍ଞ କନିଷ୍ଠ ଯନ୍ତ୍ରୀ ପଦ ପୂରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରକାଶ ଥାଉକି ତେନ୍ତୁଳିଖୁଣ୍ଟି ବ୍ଲକର ୧୫ ଗୋଟି ପଞ୍ଚାୟତରେ କାର୍ଯ୍ୟସମ୍ପାଦନା ପାଇଁ ୪ଜଣ କନିଷ୍ଠ ଯନ୍ତ୍ରୀ ରହିଥିବାବେଳେ ସେଥି ମଧ୍ୟରୁ ଜଣକୁ ଅନ୍ୟତ୍ର ବଦଳି କରାଯାଇଛି। ବିଭିନ୍ନ କାର୍ଯ୍ୟର ପରିଚାଳନା ପାଇଁ ୩ଜଣ ଯନ୍ତ୍ରୀଙ୍କ ଦ୍ଵାରା ସମ୍ଭବ ହେଉନାହିଁ ତେଣୁ ଆହୁରି ଯନ୍ତ୍ରୀଙ୍କ ଆବଶ୍ୟକତା ଅଛି ବୋଲି ଆଲୋଚନା କରିଥିଲେ।