ବଳଦ ସହ ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର

ଥୁଆମୂଳ ରାମପୁର /କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ରବି ନାରାୟଣ ସିଂହ): ଥୁଆମୂଲ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତର ପାନଭଟା କୁକୁଡ଼ା ଫାର୍ମ ନିକଟରେ ଗୁଣପୁର ପଟୁ ସାଇସୂରନି ଯିବା ବେଳେ ଏକ ଆପାଚୀ ମଟରସାଇକେଲ ଗାଡ଼ିରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୁଣପୁର ପଞ୍ଚାୟତ ଶିଆଳିପଦର ତିନି ଜଣ ଝିଅକୁ ତଳ ଆମପଦର ପଞ୍ଚାୟତର ସିହିନି ଗ୍ରାମର ଏକ ପୁଅ ବସାଇ ଗୋଟିଏ ଗାଡ଼ିରେ ଚାରିଜଣ ବସି ଯାଉଥିବା ସମୟରେ ଗାଈ ବଳଦ ସହ ଦୁର୍ଘଟଣା ହୋଇ ବାଇକ୍ ଚାଳକ ଗୁରୁତ୍ୱର ହେବାରୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦିଆ ଯାଇଛି ।