କମ୍ପ୍ୟୁଟର ଦୋକାନୀଙ୍କ ବ୍ଲକସ୍ତରୀୟ ଡିଜିଟାଲ ସେବା ସଂଘ ଗଠନ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ଝରିଗାଁ ବ୍ଲକ ସଦର ସ୍ଥିତ ମାଁ ଜଗତଜନନୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଝରିଗାଁ ବ୍ଲକର ସମସ୍ତ ସିଏସସି ଓ ଏମଏସକେ ଭୀଏଲଇ ଏବଂ କମ୍ପ୍ୟୁଟର ଦୋକାନ ମାଲିକମାନଙ୍କ ଉପସ୍ଥିତି ରେ ସଂଘ ଗଠନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କମ୍ପ୍ୟୁଟର ସାମଗ୍ରୀ ଏବଂ ପେପର କଲର ଦରଦାମ ବୃଦ୍ଧି ଯୋଗୁଁ ଡିଜିଟାଲ ସେବା ରେ ରହିଥିବା କାର୍ଯ୍ୟ ମଧ୍ୟରେ କମ୍ପ୍ୟୁଟର କାର୍ଯ୍ୟ ଓ ସାମଗ୍ରୀ ଗୁଡ଼ିକର ଦରଦାମ ବୃଦ୍ଧି ଯୋଗୁଁ ମୂଲ୍ୟ ପୁନଃ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ପରେ କାର୍ଯ୍ୟରତ ଦୋକାନ ମାଲିକ ଅନ୍ୟତ୍ର ସ୍ଥାନରେ ଯାଇ କାମ କଲେ ୫୦୦୦ ଟଙ୍କା ଜୋରିମାନା ଲାଗୁ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା। ସେହିପରି ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଦୋକାନ ବନ୍ଦ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା ଏବଂ ଉକ୍ତ ଦିନ ମାସିକା ବାଇଥ ପାଇଁ ସ୍ଥିରୀକୃତ ହେଲା। ସରକାରୀ ଯୋଜନା ଗୁଡ଼ିକରେ ବିନା ଶୁଳ୍କ ରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଥିବା ବେଳେ କମିଶନ ବାବଦକୁ ପ୍ରାୟ ୧୫ ଟଙ୍କାରୁ କମ୍ ଦେବା ଏବଂ ବିଳମ୍ବରେ ଦେବା ଯୋଗୁଁ ଦୋକାନୀ ନିଜ ଖର୍ଚ୍ଚରେ ସେବା ଉପଲବ୍ଧ କରାଇଥିବାରୁ ଆର୍ଥିକ କ୍ଷତି ସହିବାକୁ ପଡୁଛି ଦୋକାନ ମାଲିକକୁ। ଯାହାକୁ ନେଇ ଉପସ୍ଥିତ ଦୋକାନୀ ମାଲିକ କ୍ଷୁବ୍ଧ ପ୍ରକାଶ କରିଥିଲେ। ଅନୁଷ୍ଠିତ ବୈଠକରେ ସଭାପତି ଭାବେ ମନୋରଞ୍ଜନ ବିଷୟୀ ଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସନ୍ତୋଷ ସାହୁଙ୍କୁ ମନୋନୀତ କରାଯାଇଥିଲା। ଉପସଭାପତି ଭାବେ ଗୌତମ ପୂଜାରୀ, ଡମ୍ବରୁ ଗଣ୍ଡ , କୋଷାଧ୍ୟକ୍ଷ କୁଞ୍ଜ ମାଝୀ, ସାଂଗଠାନିକ ସମ୍ପାଦକ ପ୍ରଦୀପ ବିଷୋୟୀ, ଯୁଗ୍ମ ସମ୍ପାଦକ ଭଗବାନ ଭତରା, ସାଂସ୍କୃତିକ ସମ୍ପାଦକ ଭାବେ ଚନ୍ଦ୍ର ବିଷୋୟୀ, ପରାମର୍ଶଦାତା ଭାବେ ଅର୍ଜୁନ ଭତରା,ସସିରାମ ମାଝୀ ପୂର୍ଣ୍ଣ ଭତରା ଚୟନ ହୋଇଥିଲେ। ଶେଷରେ ମୂରଲୀଧର ହରିଜନ ଧନ୍ୟବାଦ୍ ଅର୍ପଣ ସହ ସଭାସାଙ୍ଗ କରିଥିଲେ।