ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସାଙ୍ଗଠନିକ ନିର୍ବାଚନୀ ସଭା ଅନୁଷ୍ଠିତ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା):   କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ମେନେଜର ସାହୁ ଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ କଲୋନୀ ମ, ରାମପୁର ପରିସରରେ ସାଙ୍ଗ ଠନିକ ନିର୍ବାଚନି ସଭା ପରେ ନିର୍ବାଚନ ଆରମ୍ଭ କରିଥିଲେ ଜିଲ୍ଲା ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଜିଲ୍ଲା ସଭାପତି ବିରେନ୍ଦ୍ର ବାଗଙ୍କ ତତ୍ବାବଧାନରେ ସଭାପତି , ସମ୍ପାଦକ ନିର୍ବାଚନ ହୋଇଥିଲା। ସଭାପତି ପତ ପାଇଁ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମ୍ପାଦକ ଭାବରେ ତିନି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରତାପ ଚନ୍ଦ୍ର ନାଏକଙ୍କୁ ୧୦୭ ଭୋଟ ପାଇ ଥିବା ବେଳେ ଗଙ୍ଗା ଧର ସାହୁ ୧୩୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେଭଳି ସମ୍ପାଦକ ଭାବରେ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ହେଉଥିବାବେଳେ ଟୁନୁ ହରି ଜନ ୬୧ ଖଣ୍ଡ, ଦିଗାମ୍ବର ସାହୁଙ୍କୁ ୭୭ ଭୋଟ ଓ ସୁବୋଧ କୁମାର ଛତ୍ରୀଆଙ୍କୁ ୯୯ ଭୋଟ ପାଇ ବିଜୟୀ ହୋଇଥିଲେ। ନିର୍ଦ୍ବନ୍ଦ୍ବରେ ଉପସଭାପତି ଶ୍ରୀମତୀ ଦିପ୍ତିମୟୀ ଷଡ଼ଙ୍ଗୀ, ମାଧବ ଭୋଇ, ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ଜେନା, ବିଶ୍ବମ୍ବର ନାଏକ,ଲିକୁନ ସାହୁ, ସାଙ୍ଗଠନିକ ସମ୍ପାଦକ ବନମାଳୀ ମହାକୁଡ଼, କୋଷାଧ୍ୟକ୍ଷ ଭାବେ ମୋହନ୍ କୁମାର ନାଏକ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନିର୍ବାଚନ ଫଳାଫଳ ସନ୍ଧ୍ୟା ୫ ସମୟରେ ଘୋଷଣା କରିଥିଲେ ନିର୍ବାଚିତ ସଦସ୍ୟ ମାନଙ୍କୁ ଶିକ୍ଷକ ସଂଘ ପକ୍ଷରୁ ଫୁଲ ତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ। ମ, ରାମପୁର ଅଞ୍ଚଳରେ ନିର୍ବାଚିତ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *