ପେନସନଭୋଗୀ କଳାକାର ମହାସଂଘର ବ୍ଲକ ସ୍ତରୀୟ ବାର୍ଷିକ ସଭା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ପେନସନ ଭୋଗୀ କଳାକାର ମହାସଂଘ ତରଫ ରୁ ମ.ରାମପୁର ବ୍ଲକ ସ୍ତରୀୟ ସାଧାରଣ ସଭା ମ.ରାମପୁର ମହାଦେବ ମନ୍ଦିର ପରିସର ରେ ଅସ୍ଥାୟୀ ସଭାପତି ରୁଦ୍ର ପ୍ରତାପ ସିଂହ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହାସଂଘ ର ସମ୍ପାଦକ କାହ୍ନୁ ଚରଣ ଗୌଡ଼ ଓ ମହାସଂଘ ର ଉପ ସଭାପତି ଶ୍ରୀପତି ପଟ୍ଟନାୟକ ଯୋଗଦେଇଥିବା ବେଳେ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭ ରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦିବେ ସରସ୍ଵତୀ ବନ୍ଦନା ଗାନ କରିଥିଲେ। ମଞ୍ଚାସୀନ ଅତିଥି ମାନେ ପେନସନଭୋଗୀ କଳାକାର ମହାସଂଘ ର ଆବଶ୍ୟକତା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ଦେବା ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେ ଅବଗତ କରିଥିଲେ। ସର୍ବ ସମ୍ମତି କ୍ରମେ ବ୍ଲକ ସ୍ତରୀୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ନୂତନ ଭାବେ ସର୍ବ ପ୍ରକାଶ ଚନ୍ଦ୍ର ସାହୁ ସଭାପତି ଓ ସନ୍ତୋଷ କୁମାର ଦୁବେ ଉପସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ପ୍ରତ୍ୟେକ ପଞ୍ଚାୟତ ରୁ ଜଣେ ଲେଖାଏଁ ସଦସ୍ୟ କମିଟି ରେ ରହିଥିଲେ। ଆଜି ସଭା ର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଭିଭାଷଣ ପରେ ନୂତନ ସଭାପତି ସମସ୍ତଙ୍କୁ ଧନ୍ୟବାଦ ସହିତ ସହଯୋଗ କାମନା କରିଥିଲେ। ସଂପଦ ବିଶି, ପ୍ରଦୀପ ବାଣୁଆ, ଲଳିତ ସ୍ୱାଇଁ, ଗୁରୁ ସ୍ୱାଇଁ, ନରେନ୍ଦ୍ର ମହାଖୁଡ ପ୍ରମୁଖ ସହଯୋଗ କରିଥିଲେ।