କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ କାଶୀବାହାଲ ଗ୍ରାମ ପଞ୍ଚାୟତ ଧନସରା ଗ୍ରାମରେ ସୋମବାର ସର୍ଟ ସର୍କିଟ ହୋଇ ଜଣକର ଘର, ଆସବାବପତ୍ର ଓ ଅନେକ ବିଦ୍ୟୁତ୍ ଉପକରଣ ଜଳି ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଗ୍ରାମର ତନୁକଲାଲ ନାଗଙ୍କ ଘରେ କୈାଣସି କାରଣରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଘର ଜଳିଯିବା ସହ ଘରେ ଥିବା ଟିଭି, କୁଳର, ସୋଫାସେଟ, ସ୍ମାର୍ଟ ଫୋନ, ଅନେକ ବୈଦୁତିକ ଉପକରଣ ଓ ଆସବାପପତ୍ର ଜଲି ପାଉଁଶ ହୋଇଥିବା ଜଣାପଡିଛି। ନିଆଁ ଲାଗିବା ପରେ କୋକସରା ଅଗ୍ନିଶମ ବିଭାଗକୁ ଖବର କରାଯାଇଥିଲା। ହେଲେ ଏହା ପୂର୍ବରୁ କିଛି ପଡ଼ୋଶୀ ଓ ପରିବାର ଲୋକ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଘରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡିଛି। ଖବର ପାଇ କାଶିବାହାଲ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି।