ଡଙ୍ଗରୀଗୁଡା ଗାଁରେ ଚୋରି ; ପୁଲିସ ତଦନ୍ତ ଜାରି

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଥାନା ଡଙ୍ଗରୀଗୁଡା ଗ୍ରାମରେ ଘରେ କେହି ନଥିବା ସମୟରେ ଟଙ୍କା ଓ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କୋକସରା ଥାନା ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତ ୨ ତାରିଖରେ ଡ଼ଙ୍ଗାରୀଗୁଡା ଗ୍ରାମର ଦ୍ରୋପତି ଯୋଷୀ ଓ ତାଙ୍କ ପରିବାର କୌଣସି କାମ ପାଇଁ ଭବାନୀପାଟଣା ଯାଇଥିଲେ। ତେବେ ଘରେ କେହି ନଥିବା ସୁଯୋଗ ନେଇ ମୁଖ୍ୟ ଦ୍ୱାରା ଭାଙ୍ଗି ସେହି ରାତିରେ ତାଙ୍କ ଘରୁ କେହି ଦୁବୃର୍ତ୍ତ ୫୦ ହଜାର ଟଙ୍କା ଓ ୧ ତୋଲା ସୁନା ଚୋରି କରି ନେଇଥିବା ଜଣାପଡିଛି। ଏନେଇ ଗୃହକର୍ତ୍ତା ୩ ତାରିଖରେ ମୋଟେର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ପରେ ଆଜି ସନ୍ଧନିକ କୁକୁର ଓ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ପୁଲିସ ବିଭିନ୍ନ ଦିଗକୁ ତଦନ୍ତ ଆରମ୍ଭ କରିଥିବା କୋକସରା ଥାନା ପକ୍ଷରୁ ସୂଚନା ମିଳିଛି।