ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବକୁ ଉତ୍ସବ ମୁଖର ଓ ଶୃଙ୍ଖଳାର ସହ ପାଳନ କରିବା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିଲେ । ମନ୍ଦିରର ସକ୍ରିୟ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଥିଲେ । ମୁଖ୍ୟତଃ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିର ଗୁଡିକ ମଧ୍ୟରେ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ଠାରେ ଭକ୍ତଙ୍କ ଭିଡ଼ ମାତ୍ରାଧିକ ହୋଇଥାଏ । ଏହି ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ଵ ଦିଆ ଯାଇଥିଲା । ଆସନ୍ତା ୧୬ ତାରିଖ ନନ୍ଦ ଉତ୍ସବରେ ପ୍ରଭୁଙ୍କ ବିମାନ ମନ୍ଦିରରୁ ବାହାରି ତଳ ପଡା ଦେଇ ଶବର ପଡା, ଓ ମୁଖ୍ଯ ରାସ୍ତା ଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ସନ୍ଧ୍ୟାରେ ପ୍ରବଚନ କାର୍ଯ୍ଯକ୍ରମର ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲ୍ଲାର ଦିଗସରା ଗ୍ରାମର ପ୍ରବଚକ ତରଣୀସେନ ବେହେରା ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି । ଆଲୋକ ସାହୁ, ବିକାଶ ପ୍ରଧାନ, ବେଣୁଧର ପ୍ରଧାନ, ଚନ୍ଦ୍ର ଶେଖର ଡାକୁଆ, କାଳୀ ପ୍ରସାଦ ଡାକୁଆ, ତ୍ରିଭୁବନ ଡାକୁଆ, ସିନ୍ଧୁ ଡାକୁଆ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରୀକ୍ଷିତ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l