ରେଢ଼ାଖୋଲଠାରୁ ପୁରୀ ଟ୍ରେନ୍ ଚଳାଚଳ ପାଇଁ ଦାବି

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସମ୍ବଳପୁର ରେଳ ଷ୍ଟେସନର ମରାମତି କାର୍ଯ୍ୟ ହେଉ ଥିବାରୁ ସମ୍ବଳପୁର ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ଦଶ ଦିନ ପାଇଁ ବାତିଲ କରାଯାଇଛି। ଟ୍ରେନ ନମ୍ବର ୧୮୩୦୩ ଓ ୧୮୩୦୪ ସମ୍ବଲପୁର – ପୁରୀ ଏଣ୍ଟର୍ସିଟୀ ଆସନ୍ତା କାଲି ୭ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ। ସର୍ବସାଧାରଣଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ବିକାଶ ସେନା ରାଜ୍ୟ ସାଧାରଣ ସମ୍ପାଦକ ମନୋରଞ୍ଜନ ସାସମଲ ଦାବିକରୁଛନ୍ତି କି ଏହି ଦଶଦିନ ଟ୍ରେନଟି ରେଢ଼ାଖୋଲ ଠାରୁ ପୁରୀ ଚଳାଚଳ କରୁ। ଏହି ଟ୍ରେନ ଉପରେ ନିର୍ଭର କରୁଥିବା ସୋନପୁର, ବଉଦ, ରେଢ଼ାଖୋଲ ଓ ଆଠମଲ୍ଲିକ ଆଉ ଅନୁଗୁଳର ଲୋକମାନେ ବିଶେଷଭାବେ ଉପକୃତ ହେବେ।ତାଳଚେର ଓ ଅନୁଗୁଳରୁ ନିତିଦିନିଆ ପାସେଞ୍ଜର ଆସି ଡିଉଟି କରୁଛନ୍ତି। ଏହି ଟ୍ରେନକୁ ନିର୍ଭର କରୁଥିବା ଲୋକମାନେ ସେମାନେ ମଧ୍ୟ ଚିନ୍ତିତ।