ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ଫଟାଗୁଡ଼ା ଗ୍ରାମ ନୂଆସାହିରେ ବସବାସ କରୁଥିବା ଜଗନ୍ନାଥ ଜାନିଙ୍କ ଏକ ମାତ୍ର ପୁଅ ଅମର ଜାନି ବୟସ (୨୧) ରୋଗଶଯ୍ୟାରେ ଭେଣ୍ଡା ପୁଅ, ନା ଧନ ଅଛି ନା ଜମି ବାଡ଼ି ଅଛି । ବଡ଼ ଅସହାୟ ଅବସ୍ଥା। ପରିବାର କହିଲେ ସ୍ତ୍ରୀ ଟେ ଆଉ ବିକଳାଙ୍ଗ ଝିଅ ସହ ଭେଣ୍ଡା ପୁଅ ଅମର। ପରିବାର ଚଳେଇବାକୁ କିଏ ନାହିଁ। ପ୍ରାୟ ଦୁଇ ତିନି ମାସ ତଳେ ନବରଙ୍ଗପୁର କଲେଜ ଯାଇ ଘରକୁ ଆସି ଆଉ ବାହାରକୁ ବାହାରିଲା ନାହିଁ। କାହା ସହ ଭଲସେ କଥା ହୋଉ ନଥିବା ଅମର ର ବାପା ମା କହୁଛନ୍ତି । ଅମର ନବରଙ୍ଗପୁର ମୋଡେଲ ଡିଗ୍ରୀ କଲେଜ ରେ +୩ପାଠ ପଡୁଥିଲେ। ଗତ ୬ମାସ ତଳେ ଅମର ଜଣେ ରୋଗୀଙ୍କୁ ରକ୍ତ ଦେଇ ସହଯୋଗ କରିଥିଲେ । ଆଜି ନିଜେ ରୋଗୀ ହୋଇ ପଡିଛି।ଚିକିତ୍ସା ପାଇଁ ପ୍ରଥମେ ତେନ୍ତୁଳୀଖୁଣ୍ଟି ମେଡିକାଲରେ ଚିକିତ୍ସା କରିଥିଲେ। ସେଠାରେ ଭଲ ନ ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା କରାଇଥିଲେ। ଆଉ ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଘରକୁ ପଳେଇ ଆସିଥିଲେ ପରିବାର। ଏବେ ଅର୍ଥ ଅଭାବରୁ ଚିନ୍ତାରେ ପରିବାର। ହାତରେ ପଇସା ନ ଥିବାରୁ ଘର ଶୂନ୍ୟ ହୋଇସାରିଲାଣି । ଦେହ ଶୁଖିଗଲାଣି ମନୋବଳ ଦୁର୍ବଳ ହୋଇଗଲାଣି। ବର୍ତ୍ତମାନ ଅର୍ଥ ନ ଥିବାରୁ ଘରେ ରହି ଜୀବନ ସହ ଲଢେଇ କରୁଛି ଅମର । ଜିଲ୍ଲା ପ୍ରଶାସନ ଏହି ରୋଗୀର ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ସହ ରେଡ଼କ୍ରସ ତରଫରୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ପରିବାର ଓ ଗ୍ରାମ ଲୋକେ। ଏହାକୁ ନେଇ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ କହିଲେ ବ୍ଲକ ପ୍ରଶାସନ ଦ୍ବାରା ଯାହା ସମ୍ଭବ ସମସ୍ତ ସୁବିଧା ଯୋଗାଇଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।