ଥୁଆମୂଲ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ରବି ନାରାୟଣ ସିଂହ) : ଅଚାନକ ଆସିଲେ, ଜଣେ ଲୋକଙ୍କୁ କିଛି ବୁଝିବା ଆଗରୁ ଠେଙ୍ଗାରେ ଆକ୍ରମଣ କରି ଫେରାର ହେଉଥିଲା ଯୁବକ, କାବୁ କରି ପୁଲିସ ଜିମା ଦେଇଛନ୍ତି ଗାଁ ଲୋକେ। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ପେରମଞ୍ଜି ଗ୍ରାମରେ। ଆଜି ଏକ ଅଜଣା ବ୍ୟକ୍ତି ଆସି ଗ୍ରାମର ସମ୍ଭା ମାଝୀଙ୍କୁ ଠେଙ୍ଗାରେ ମାଡ଼ ମାରି ମୁଣ୍ଡଫଟାଇ ଦୌଡ଼ି ପଳେଇ ଯାଉଥିଲା। ଏହି ସମୟରେ ପେରମଞ୍ଜି ଗ୍ରାମବାସୀ ଦୌଡ଼ି ଯାଇ ୨ କିଲୋମିଟର ଦୂରରେ ଯୁବକଙ୍କୁ ଧରି ଆଣି ଗ୍ରାମରେ ରଖି ପୋଲିସକୁ ଖବର ଦେଇଥିଲେ। ଏହାପରେ କର୍ଲାପାଟ ଥାନାକୁ ଉକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛନ୍ତି। ପୁଲିସ ଏ ଦିଗରେ ତୁରନ୍ତ ଚଳାଇଛି।