ମହିଳା ଓ ଛାତ୍ରୀ ସୁରକ୍ଷା ବ୍ୟବସ୍ଥା ନେଇ ବିଜେଡିର ଦାବିପତ୍ର

ମଦନପୁର ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ରାଜ୍ୟରେ ଆଇଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମହିଳା ଓ ଛାତ୍ରୀ ଅସୁରକ୍ଷିତ କୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ ସ୍ଥାନୀୟ କଲେଜ ଛାତ୍ର ଛାତ୍ରୀ ଓ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥାନାରେ ପହଞ୍ଚିଥିଲେ। ପରେ ପୋଲିସ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମ, ରାମପୁର ଥାନା ଅଧିକାରୀ ବୀର ବର ଭଗତଙ୍କୁ ଦାବି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ଶ୍ରୀ ମତୀ ମନୋରମା ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଅଜିତ କୁମାର ସାହୁ ଆହ୍ବାନ କ୍ରମେ ମ, ରାମପୁର ବ୍ଲକ ବିଜୁ ଜନତା ଦଳର ଯୁବ ସଭାପତି ସତ୍ୟ ନାରାୟଣ ସାହୁଙ୍କ ନେତୃତ୍ବରେ ନର୍ଲା ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀ ମତୀ ମଞ୍ଜୁଲତା ଧରୁଆ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ ଯୁବନେତା ବିକାଶ ରଞ୍ଜନ ସିଂହଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା, ନାରୀ ନେତ୍ରୀ ଶ୍ରୀ ମତୀ ତୁଳସୀ ବିଶି, ନବିନ ପ୍ରଧାନ,ଶୈଲେଶ ବିଶି,ପ୍ରଦୀପ କୁମାର ପାଣିଗ୍ରାହୀ, ଭବାନୀ ଶଙ୍କର ସାହୁ, ଦେବେନ୍ଦ୍ର କୁମାର, ପ୍ରେମ ସାଗର ନାଏକ, ସୁଶାନ୍ତ କୁମାର ରଣା, ରଜନୀ କାନ୍ତ ମହାକୁଡ଼, ଭଗବାନ ଭୋଇ, ହେମନ୍ତ ଚନ୍ଦନ, ଚନ୍ଦ୍ର ହାସ୍ୟ ଧଙ୍ଗଡାମାଝୀ, ସମେତ ଶତାଧିକ ଛାତ୍ରଛାତ୍ରୀ ଓ ବିଜୁ ଜନତାଦଳର କର୍ମୀ ସାମିଲ ଥିଲେ।