ପାଣି ପାଇଁ ମୁଖ୍ୟ ରାସ୍ତାରୋକ କଲେ ମାଉସୀମା କଲୋନୀବାସି

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ମାଉସୀମା କଲୋନି ,ବଜାର ସାହି,ପ୍ରକଳ୍ପ ର ମେନ୍ ରୋଡ କଲୋନୀ ବାସୀ ମେଗାଜଳ ଯୋଗାଣ ପ୍ରକଳ୍ପ ର ପାଣି ଆଜି ଯାଏଁ ପାଇ ପାରିନାହାନ୍ତି । ୨୧ ମଇରେ ମାଉସୀମା କଲୋନୀର ଶତାଧିକ ମହିଳା ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଜୁନ ତିରିଶ ସୁଦ୍ଧା ପାଣି ପହଞ୍ଚାଇବା ବ୍ୟବସ୍ଥା କୋରାଯିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ରୁ ଫେରିଥିଲେ। ଜୁନ ତିରିଶ ସୁଦ୍ଧା ତ ହୋଇ ପାରିଲାନି ଜୁଲାଇ ତିରିଶରେ ପାଇପ ବିଛାଇବା ପାଇଁ ଖୋଲିବାକୁ ଆରମ୍ଭ କରି ତିରିଶ ମିଟର ପରେ କିଛି ବ୍ୟକ୍ତି ଆମ ଯାଗା ଉପରେ କରିଲେ କ୍ଷତି ପୂରଣ ଦିଆ ନ ହେଲେ କାମ ବନ୍ଦ କର ବୋଲି କହି କାର୍ଯ୍ୟ ବନ୍ଦ କରିଥିଲେ। ପାଣି ବ୍ୟବସ୍ଥା ପାଇଁ ଠିକା ସଂସ୍ଥା ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ତହସିଲ ଦାର ପୁଷ୍ପାଞ୍ଜଳି ଦଣ୍ଡ ପାଟଙ୍କୁ ନିବେଦନ କରିଥିଲେ ସୁଦ୍ଧା ସମାଧାନ ହୋଇ ନ ଥିବା ଯୋଗୁଁ ଆଜି ଇନ୍ଦ୍ରାବତୀ ମୁଖ୍ୟ ହାଇମେକ୍ସ ଛକ ନିକଟରେ କଲୋନୀ ବାସି ସହ ସ୍ଥାନୀୟ ବାସିନ୍ଦା ଏକତ୍ରୀତ ହୋଇ ଇନ୍ଦ୍ରାବତୀ ହାଇମେକ୍ସ ଛକରେ ରାସ୍ତା ରୋକ କରିଥିଲେ। କଲୋନୀ ବାସି ମାନଙ୍କ ସହ ଥିଲେ ସ୍ତାନୀୟ ସରପୋଞ୍ଚ ବନ୍ଧିତା ନାୟକ, ସମିତି ସଭ୍ୟ ଶୁକାନ୍ତି ମହାନ୍ତି ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳଛି। ଦ୍ରିଘ ସମୟ ଧରି ଯାନବାହାନ ଚଳା ଚୋଳ ଵନ୍ଦ ପରେ ତେନ୍ତୁଳୀଖୁଣ୍ଟି ତୋହସିଲ ଦାର, ମେଗାଁ ଜଳ ସେଚନ ଯନ୍ତ୍ରୀ ପହଞ୍ଚି ମହିଳା ମାନଙ୍କୁ ଅଗଷ୍ଟ ମାସ ଶେଷସୁଧା ପାଣି ଯୋଗେଇ ଦିଆଯିବ ବୋଲି ପ୍ରତିଶୃତି ଦେବାରୁ ରାସ୍ତା ରୋକ ରୁ ଉଠି ଥିଲେ। ବର୍ତ୍ତମାନ ଅଗଷ୍ଟ ମାସ ଶେଷ ସୁଦ୍ଧା ମାଉସୀମା କଲୋନୀ ବାସି ପାଣି ପାଇପାରୁଛନ୍ତି ନାହିଁ ନାହିଁ ତାହା ଦେଖିବାକୁ ବାକି ରହିଲା।