ଓସ୍ତା ଓ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମାମନି ଚକ୍ରବର୍ତ୍ତୀ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଓସ୍ତା (ଓଷ୍ଟା)ଓ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲା ଓସ୍ଥା ସେକ୍ରେଟାରୀ ମିହିର କାନ୍ତି ଢାଳି ଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ଶିକ୍ଷକ ଓ କର୍ମଚାରୀମାନେ ୬ ଦଫା ଦାବୀ ନେଇ ବାରମ୍ବାର ଓଡିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ବିଧାୟକ ଅଧିକାରୀଙ୍କ ସହିତ ବାରମ୍ବାର ଆଲୋଚନା କରି ବିଫଳ ହେବାପରେ ବାଧ୍ୟ ହୋଇ ଆନ୍ଦୋଳନତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଓସ୍ତା ଓ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଛଅ ଗୋଟି ପ୍ରମୁଖ ଦାବୀଗୁଡିକ ମଧ୍ୟରେ ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜ କୁ ଅନୁଦାନ ପ୍ରଦାନ କରିବା,ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜରୁ ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଚାକିରୀ ସର୍ତବଳୀ, ପେନସନ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ କରିବା, ଅବସର ବୟସ ସୀମା ୬0ରୁ ୬୨ କୁ ବୃଦ୍ଧି କରିବା, ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରେଡ଼ପେ ରେ ଥିବା ଅସଂଗତି ଦୂରୀକରଣ କରିବା,ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ସରକାରୀକରଣ କରିବା ଓ ଶିକ୍ଷକ ନିଯୁକ୍ତି କରିବା,୨00୪ ରୁ ୨0୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ ଟି ନୋସନାଳ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ବଦଳରେ ପୁରାତନ ପେନସନ ସ୍କିମର ପୁନଃ ପ୍ରଚଳନ କରିବା ଆଦି ଉଲ୍ଲେଖ ରହିଛି। ଉପରୋକ୍ତ ଦାବୀ ଗୁଡିକ ଯଦି ସରକାର ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ସଂଘଠନ ଆନ୍ଦୋଳନକୁ ଓଲ୍ହେଇବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଓସ୍ଥା ସେକ୍ରେଟାରୀ ମିହିର କାନ୍ତି ଢାଳି,ବ୍ଲକ ସଭାପତି ଗୁପ୍ତ ପାତ୍ର, ବ୍ଲକ ସେକ୍ରେଟାରୀ ବିରେନ କୁମାର ବେହେରା, ଜିଲ୍ଲା ଇସି ମେମ୍ବର ଦିଲୀପ ସାହୁ, ବସନ୍ତ କୁମାର ଦାଶ, ସନ୍ୟାସୀ ଜେନା, ରାଇଘର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ସାମଲ, ନରେନ୍ଦ୍ର ଜେନା, ସୁଧାଂଶୁ ଶେଖର ଦତ୍ତ, ଅଶୋକ ମିସ୍ତ୍ରୀ, ରାଇମନ ଗଣ୍ଡ, ଆଶିଷ କୁମାର ସ୍ୱାଇଁ, ଅନନ୍ତ କୁମାର ତ୍ରିପାଠୀ, ମନମଥ କୁମାର ମହାନ୍ତିଙ୍କ ସମେତ ରାଇଘର ଓସ୍ତା(ଓଏସଏସଟିଏ) ସଂଘଠନ ର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।