ନାରୀ ସୁରକ୍ଷା ପାଇଁ ଥାନା ଅଧିକାରୀଙ୍କୁ ଦାବିପତ୍ର

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଳକ ଇନ୍ଦ୍ରାବତୀ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ଓ ବ୍ଳକ ବିଜେଡି କର୍ମୀମାନେ ନାରୀ ନିର୍ଯ୍ୟାତନା ପ୍ରତିବାଦ ରେ ନାରୀ ନ୍ୟାୟ,ନାରୀ ସୁରକ୍ଷା ଦାବି ନେଇ ପୋଲିସ ଡିଜିଙ୍କୁ ଜୟପାଟଣା ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ଦେଇଛନ୍ତି।ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ମୃତ୍ୟୁ,ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ,ମାଲକାନଗିରି ଗଣଦୁଷ୍କର୍ମ,ନବରଙ୍ଗପୁର ନର୍ସିଂ ଛାତ୍ରୀ ଯୌନ ନିର୍ଯାତନା,ତେନ୍ତୁଳିଖୁଣ୍ଟି ଦୁଷ୍କର୍ମ ଓ ହତ୍ୟା, କୋରାପୁଟ ଆଦିବାସୀ ଛାତ୍ରୀ ଦୁଷ୍କର୍ମ ଭଳି ଅନେକ ମାମଲା ତଥା ଵୃଦ୍ଧି ପାଉଥିବା ଦୁଷ୍କର୍ମ ଓ ହତ୍ୟା ଭଳି ଅନେକ ଘଟଣା କୁ ନେଇ ଓ ରାଜ୍ୟରେ ଯୌନ ନିର୍ଯାତନା,ହିଂସା ଓ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନାରୀ ସୁରକ୍ଷା ଉପରେ ସରକାର ଫେଲ ମାରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।ଏହାର ପ୍ରତିବାଦ ସ୍ବରୂପ ହନୁମାନ ମନ୍ଦିର ପାଖରୁ ଏକ ରାଲି ବାହାରି ଥାନାରେ ପହଞ୍ଚି ଡିଜିଙ୍କ ଉଦ୍ଧେଶରେ ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ରେଳିରେ ବହୁ କଲେଜ ଛାତ୍ର ଛାତ୍ରୀ, ବିଜେଡି କର୍ମୀ ଉପସ୍ଥିତ ଥିଲେ।