ସ୍ବାମୀ ଯାଇଛନ୍ତି ଦାଦନ ଖଟି, ଏପଟେ ସ୍ତ୍ରୀ ନିଖୋଜ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗୋଟିଏ ପଟରେ ସ୍ବାମୀ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବା ବେଳେ ଅନ୍ୟ ପଟରେ ନିଜର ୫ ବର୍ଷର ପୁଅକୁ ଛାଡି କୁଆଡେ ଚାଲିଯିବା ଏବଂ ଏହାକୁ ନେଇ ଥାନାରେ ନିଖୋଜ ଅଭିଯୋଗ ହେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ତେନ୍ତୁଳି ପଡାର ଜୟରାମ ମାଝୀଙ୍କ ସ୍ତ୍ରୀ କସ୍ତୁରୀ ମାଝୀ(୨୫) ୪ ତାରିଖ ସୋମବାର ଦିନ ସକାଳ ୯ ଘଣ୍ଟା ସମୟରେ ନିଜର ୫ ବର୍ଷର ଛୁଆକୁ ଛାଡି କୁଆଡେ ଚାଲିଯାଇଥିବା ଜଣାପଡିଛି।କସ୍ତୁରୀ ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ଲକ୍ଷ୍ମୀ ବସ୍ ରେ ଚଢି ଯାଇଥିବା ସ୍ଥାନୀୟ କିଛି ଲୋକେ ଦେଖିଛନ୍ତି।ସ୍ବାମୀ ଜୟରାମ ପ୍ରାୟ ବର୍ଷେ ହେବ ସେ ବାହାର ରାଜ୍ୟକୁ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଛନ୍ତି।ଏପଟେ ଜୟରାମଙ୍କ ବଡଭାଇ ବଳରାମ ଏବଂ ପରିବାର ଲୋକେ କସ୍ତୁରୀର ସନ୍ଧାନରେ ଲାଗିଥିଲେ ମଧ୍ୟ କୌଣସି ଖବର ମିଳି ପାରିନଥିବା ଯୋଗୁଁ ବୁଧବାର ବଡଭାଇ ବଳରାମ ସାନ ଭାଇବୋହୁ କସ୍ତୁରୀ ନିଖୋଜ ଥିବା ନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।