ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାହା ସ୍ବାର୍ଥରେ, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା ମହିଳା ମାନଙ୍କ ପାଇଁ ଭତ୍ତା ଯୋଜନା କରିଛନ୍ତି ହେଲେ ପ୍ରଶାସନର ଆନ୍ତର୍ଜାତିକ ନ ଥିବାରୁ ୮୦ ଭାଗ ଭିନ୍ନକ୍ଷମ ଥାଇ ମଧ୍ୟ ମିଳିପାରି ନାହିଁ ଭତା ଖଣ୍ଡେ। ଏଭଲି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ଆମ୍ବଗା ବାବୁପଡାର କମସନ ଗହିରଙ୍କ କ୍ଷେତ୍ରରେ। ୮୦ ଭାଗ ଭିନ୍ନକ୍ଷମ ଥାଇ ମଧ୍ୟ ତାଙ୍କୁ ମିଳି ପାରିନାହିଁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଭତ୍ତା ଖଣ୍ଡେ। ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଜଣେ ଭିନ୍ନକ୍ଷମକୁ ମିଳିପାରିନାହିଁ ଭିନ୍ନକ୍ଷମ ଭତ୍ତା। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୁମ୍ଭ କର୍ଣ୍ଣ ନିଦ୍ରାରେ ପ୍ରଶାସନ। କୁଟୁମ୍ବ ଚଳେଇବା ବହୁ କଷ୍ଟ କର ଖବର ପ୍ରସାରଣ ପରେ କେବେ ଓ କେଉଁ ଦିନ ଭିନ୍ନକ୍ଷମ ଭତ୍ତା ପାଇବେ ତାହା ଆଗକୁ ଦେଖିବାକୁ ବାକି ରହିଲା।