ମ.ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ପ୍ରତି ବର୍ଷ ଦୁଇ ଦିନ ଧରି ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ଆଜି ପ୍ରାକ୍ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପ ସଭାପତି ରାକେଶ କୁମାର ଶତପଥିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଏପିଓ ଅଭିଳାଷା ସିଂହଦେଓ, ବାରବନ୍ଧା ସରପଞ୍ଚ ବୃନ୍ଦାବତୀ ପାଠକ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା। ସମ୍ପାଦକ ହେମନ୍ତ ସାହୁ କାର୍ଯ୍ୟକ୍ରମ ଏବଂ ମଞ୍ଚ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ପରମାନନ୍ଦ ବିଶି ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାକ୍ ପ୍ରାଥମିକ ରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଚିତ୍ରାଙ୍କନ, ରଚନା, ସାଧାରଣ ଜ୍ଞାନ, କଣ୍ଠ ସଙ୍ଗୀତ, ବକ୍ତୃତା, ଗଳ୍ପ, କବିତା ଲିଖନ ଆଦି ପ୍ରତି ଯୋଗିତା କରାଯାଇଥିଲା। ସଂସଦର ଅନ୍ୟତମ ସହ ସମ୍ପାଦକ ନାରାୟଣ ମହାଳିକ, ଶିକ୍ଷୟିତ୍ରୀ ଜ୍ୟୋସ୍ନା ମହାରଣା, ଧୀରେନ୍ଦ୍ର ମହାନ୍ତି, ଅକ୍ଷୟ ତ୍ରିପାଠୀ,ସରୋଜ ଘଡେ଼ଇ, ଅଙ୍କିତ ଦଣ୍ଡ ସେନା, ପ୍ରମୁଖ ସହଯୋଗ କରିଥିଲେ।