ବିଭିନ୍ନ ସମସ୍ୟାରେ ଜର୍ଜରିତ ମୈଦଲପୁର

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ପାପଡାହାଣ୍ଡି ବ୍ଲକ ର ମୈଦଲପୁର ପଂଚାୟତ ର ମୈଦଲପୁର ଗାଁ ବର୍ତମାନ ଅଧାପନ୍ତରିଆ ଗାଁ ପାଲଟି ଯାଇଛି। ମୈଦଲପୁର କୁ ବ୍ଲକ ର ମାନ୍ୟତା ପାଇଁ ମୁଣ୍ଡ ଟେକୁ ଥିବା ବେଳେ ସରକାରୀ କ୍ଷେତ୍ର ହେଉ କି ଧାର୍ମିକ ଅନୁଷ୍ଠାନ କ୍ଷେତ୍ର ରେ କାମ ଗୁଡିକ ଅଧାପନ୍ତରିଆ ଅବସ୍ଥା ରେ ପଡି ରହୁଛି। ମୈଦଲପୁର ସଦର ରେ ଥିବା ଜଗନ୍ନାଥ ମନ୍ଦିର, କଲ୍ୟାଣ ମଣ୍ଡପ, ବସ ଷ୍ଟାଣ୍ଡ,ଶୌଚାଳୟ, ଶିବ ମନ୍ଦିର, ମାଉସୀ ମା ମନ୍ଦିର, ରାଣୀ ସାଗର, ନୂତନ ମେଡିକାଲ, ହାଟପଦା ମଶାଣି, ଟାଙ୍ଗରା ପାଲା ମଶାଣି ଗୁଡିକ ବହୁତ ଦିନ ହେଲା ଅଧାପନ୍ତରିଆ ଅବସ୍ଥା ରେ ପଡି ରହିଛି। ବହୁ ପ୍ରତିକ୍ଷୀତ ଜଗନ୍ନାଥ ମନ୍ଦିର ୧୦ବର୍ଷ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ସମ୍ପୂର୍ଣ ହୋଇ ପାରୁନି। ସେହିଭଳି ବସ ଷ୍ଟାଣ୍ଡ, ଶୌଚାଳୟ, କଲ୍ୟାଣ ମଣ୍ଡପ, ଶିବ ମନ୍ଦିର 3ରୁ 5ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୂର୍ଣ ହୋଇ ପାରୁନି। ଏ ଭଳି ଦୟନୀୟ ସ୍ଥିତି ରେ ରହିଛି ମୈଦଲପୁର ର ଉର୍ନ୍ନତି ମୂଳକ କାର୍ଯ୍ୟ। ଏଥିରେ ପ୍ରଶାସନ ର ଅବହେଳା ନା କମିଟି ର ଅବହେଳା ଜଣା ପଡୁନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି। ଏ ନେଇ ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ ଙ୍କୁ ଯୋଗାଯୋଗ କରିବାରୁ ପଂଚାୟତ ତରଫରୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆଗ୍ରହ ଦେଖା ଯାଉଛି। କିନ୍ତୁ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ କାର୍ଯ୍ୟ ଗୁଡିକ ଆଗେଇ ପାରୁନି।