ଇନ୍ଦ୍ରାବତୀ ପରିଦର୍ଶନ ତଥା ସ୍ଥିତି ଯାଞ୍ଚକଲେ ଜିଲ୍ଲାପାଳ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତରେ ଆସି ପଞ୍ଚାୟତ ସମିତି କାର୍ଯ୍ୟ।ଳୟ,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ,ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ,ଇନ୍ଦ୍ରାବତୀ ମୁଖ୍ୟ ବନ୍ଧ ସ୍ଥାନ ପରିଦର୍ଶନ ତଥା ସମୀକ୍ଷା କରିଛନ୍ତି । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ମନୋଜ ପାଣିଗ୍ରାହୀ ତଥା କାର୍ଯ୍ୟଳୟ କର୍ମଚାରୀ ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ। ଏହାପରେ ଖାତିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଡେମ ସର୍କଲ ଦ୍ଵାରା ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ସମୀକ୍ଷା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ସମସ୍ୟା, ଶ୍ରେଣୀ ଗୃହ ସମସ୍ୟା, ପାଣି ସମସ୍ୟା, ରୋଷେଇ ଗୃହ, ଡାଇନିଂ ଗୃହ ,ଖେଳ ପଡିଆ ପାଇଁ ପାଚେରୀ, କାନ୍ଥ ସିଂଙ୍କ ହେଉଥିବା ସମସ୍ୟା, ଭାଙ୍ଗି ଯାଇଥିବା ଶ୍ରେଣୀ ଗୃହ ଅପସାରଣ ଆଦି ଆଲୋଚନାରେ ସ୍ଥାନ ପାଇଥିଲା। ପଞ୍ଚାୟତ ଫଣ୍ଡରେ ବିଦ୍ୟାଳୟର ପାନୀୟ ଜଳ ସମସ୍ୟା ସମାଧାନ କରାଯିବା ପାଇଁ ସରପଞ୍ଚଙ୍କ ସହ ଆଲୋଚନା କରିଛି ବୋଲି ବିଡ଼ିଓ ପାଣିଗ୍ରାହୀ କହିଥିଲେ। କିଛି ସମସ୍ୟାକୁ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ବ୍ଲକର ବିଭିନ୍ନ ଉତ୍ସର ଅର୍ଥରେ ସମାଧାନ କରିବାକୁ ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ବ୍ଲକ ଶିକ୍ଷାଧିକାରୀ ସୁଦୀପ୍ତ ଦାସ, ଏବିଇ ଓ ମୋହନ ମଧୁସୂଦନ ବାଗ, ପୋଡ଼ାଗଡ଼ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ନେଲସନ ତାଡିଙ୍ଗି, ସହକାରୀ ଯନ୍ତ୍ରୀ ରଜତ କୁମାର ପାତ୍ର, ସେକ୍ସନ ଅଫିସର ଏସ ଚନ୍ଦ୍ରଶେଖର, ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବେହେରା, ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର, କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ସାହାଣୀ, ବ୍ରଜ ଶଙ୍କର ମହାଙ୍କୁଡ,ପରଜା ବାରଙ୍ଗ ପଦର ସରପଞ୍ଚ ବନ୍ଦିତା ନାୟକ ଉପସ୍ଥିତ ଥିଲେ। ଏହାପରେ ପ୍ରକଳ୍ପ ଡାକ୍ତରଖାନା ଯାଇ ସମୀକ୍ଷା କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ । ୩୨ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହୋଇଥିବାରୁ ଏହାକୁ ଏରିଆ ଡାକ୍ତରଖାନା ମାନ୍ୟତା ଦେବା ସହ ମେଡ଼ିକାଲ ଚବିଶ ଘଣ୍ଟିଆ କରିବା, ଆଉ ଦୁଇଜଣ ଡାକ୍ତର ଓ ଏକ୍ସ୍ରେ ଟେକ୍ନିଶିଆନ, ଆଟେଡାଣ୍ଟ ଆଦି ଯୋଗାଇବା ପାଇଁ ମତ ରଖିଥିଲେ। ପ୍ରକଳ୍ପ ପରି ଚାଳିତ ହୋଇଥିବାରୁ ଅବ୍ୟବସ୍ଥା ହୋଇ ରହିଛି ବୋଲି କହିଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୩୨ ଶଯ୍ୟା ବିଶିଷ୍ଟ ମେଡିକାଲ ହସ୍ତାନ୍ତର ପରେ ସମସ୍ତ ସମସ୍ୟା ସମାଧାନ ହୋଇ ପାରିବ ବୋଲି କହିଥିଲେ । ଇନ୍ଦ୍ରାବତୀ ଶ୍ମଶାନ ସମସ୍ୟା ସମ୍ପର୍କରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଦାଶିବ ଜାନୀ କହିବାରୁ ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଆଦର୍ଶ ଶ୍ମଶାନ ଯୋଜନା ରେ ବିକଶିତ କରିବାକୁ କହିଥିଲେ। ଅଧିକ ଡାକ୍ତର ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ମେଡିକାଲରେ ଆଲୋଚନା ବେଳେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀ ସମଲେଇ ପ୍ରସାଦ ପଣ୍ଡା, ବିପିଓ ପୀତବାସ ଗାହାଣ , ଡିପିଏମ ଶ୍ମଶାନ ପାଇଁ ବିଧାୟକ ଗୌରୀ ଶଙ୍କର ମାଝୀ ୧୬ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ମାଗିଥିବାରୁ ତାଙ୍କୁ ଦିଆ ଯାଇଛି ବୋଲି ବିଡ଼ିଓ କହିଥିଲେ।